-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
06-Sep-2022
ପାଟଣାଗଡ଼,(ସଚ୍ଚିଦାନନ୍ଦ ମହାକୁର) : ଗତକାଲି ସକାଳ ୧୧ଟାରେ ସ୍ଥାନୀୟ ଶିକ୍ଷକ ଭବନ ସମ୍ମୁଖରେ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ପବିତ୍ର ଗୁରୁଦିବସ ଅବସରରେ ଗୁରୁ ପୂଜନ ଉତ୍ସବ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଶିକ୍ଷକ ସଂଘର ସଭାପତି ସୂର୍ଯ୍ୟ କୁମାର ନନ୍ଦଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର, ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝି, ସହ ଗୋଷ୍ଠୀ ଅଧିକାରୀ ରତନ ଧରୁଆ ଯୋଗ ଦେଇ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଫୋଟୋ ଚିତ୍ରରେ ଦୀପ ପ୍ରଜ୍ୱଳନ ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ଶିକ୍ଷା ନିରୀକ୍ଷକ ଅରକ୍ଷିତ ଯୋଷୀ ଶିକ୍ଷା ହିଁ ଅଜ୍ଞାନ ରୂପୀ ଅନ୍ଧକାରକୁ ଦୂରୀଭୁତ କରି ପାରେ ବୋଲି କହିଥିଲେ । ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମେହେର ଶିକ୍ଷକ ମାନେ ମୋ ପଥପ୍ରଦର୍ଶକ ଥିବାରୁ ସେମାନଙ୍କ ପାଇଁ ମୁଁ ଏତେ ଦୂର ପର୍ଯ୍ୟନ୍ତ ପହଞ୍ଚି ପାରିଛି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ୨୧ ଜଣ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା କରାଯାଇଥିବା ବେଳେ ଶିକ୍ଷକ ରାମଚନ୍ଦ୍ର ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ ।