-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
03-Sep-2022
ବଲାଙ୍ଗୀର: ଗତ କିଛି ଦିନ ତଳେ ଓଡିଶା ହାଇକୋର୍ଟର ବିଚାରପତି ଭାବରେ ଗୌରୀଶଙ୍କର ଶତପଥୀ ପଦୋନ୍ନତି ପାଇଛନ୍ତି । ବଲାଙ୍ଗୀର ମାଟିର ସନ୍ତାନ ତଥା ବଲାଙ୍ଗୀର ସିଭିଲ କୋର୍ଟରୁ ନିଜର ଓକିଲାତି ଜୀବନ ଆରମ୍ଭ କରି ଶ୍ରୀ ଶତପଥୀ ଜିଲ୍ଲା ଦୌରା ଜଜ୍ ରୁ ଓଡ଼ିଶା ହାଇକୋର୍ଟର ବିଚାରପତି ପର୍ଯ୍ୟନ୍ତ ମର୍ଯ୍ୟାଦାଜନକ ପଦବୀରେ ପହଞ୍ଚି ପାରିଛନ୍ତି । ଶ୍ରୀ ଶତପଥୀଙ୍କ ବଲାଙ୍ଗୀର ଆଗମନ
ଅବସରରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆଜି ସ୍ଥାନୀୟ ବାର୍ ହଲ୍ ଠାରେ ଶ୍ରୀ ଶତପଥୀଙ୍କ ମାନପତ୍ର ଓ ଉପଢ଼ୈାକନ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି । ସମ୍ବର୍ଦ୍ଧନାର ପ୍ରତିଉତ୍ତରରେ ଶ୍ରୀ ଶତପଥୀ ବଲାଙ୍ଗୀରରେ ନିଜର ଓକିଲାତି ଜୀବନର କିଛି ସ୍ମୃତିକୁ ମାନେ ପକାଇଥିଲେ । ସଂଘର ସଭାପତି ଅମରେଶ ତ୍ରିପାଠୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ବଲାଙ୍ଗୀର ଜିଲ୍ଲା ଦୌରା ଜଜ୍ ଲଲାଟେନ୍ଦୁ ଜେନା ମଂଚାସୀନ ଥିଲେ । ବଲାଙ୍ଗୀର
ସିଭିଲ କୋର୍ଟ ର ସମସ୍ତ ବିଚାରପତି ଯୋଗ ଦେଇଥିଲେ । ।ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ପ୍ରହଲ୍ଲାଦ ଅଗ୍ରୱାଲ, ବୈଷ୍ଣବମିଶ୍ର, ପ୍ରମୋଦ ତ୍ରିପାଠୀ, ଅମରେନ୍ଦ୍ର ମିଶ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଭବାନୀ ଶଙ୍କର ଶତପଥୀ ମାନପତ୍ର ପଠନ କରିଥିବ ବେଳେ ଶେଷରେ ଓକିଲ ସଂଘର ସଂପାଦକ ଅଧିକାରୀ ଦନ୍ତା ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ଓକିଲ ସଂଘର ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ମାନେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।