-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
30-Aug-2022
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲ ରେ ସୋମବାର ଜାତୀୟ କ୍ରୀଡା ଦିବସ ପାଳନ ହୋଇଯାଇଛି।ଏହି ଅବସର ରେ ଅନୁଷ୍ଠିତ ଜାତୀୟ କ୍ରୀଡା ଦିବସ ରେ ପୂର୍ବତନ ଜିଲ୍ଲା ଉଚ୍ଚ ଶିକ୍ଷା ପରାମର୍ଶଦାତା ଡ.ପ୍ରଫୁଲ୍ଲ କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବୀରମହାରାଜପୁର
କଲେଜ ର ଓଡିଆ ବିଭାଗୀୟ ମୁଖ୍ୟ ପ୍ରକାସ କୁମାର ସେଠ ମୁଖ୍ୟବକ୍ତା ଏବଂ ପୂର୍ବତନ ସମିତିସଭ୍ୟ ପୀତାମ୍ବର ସାହୁ,ସ୍କୁଲ ପରିଚାଳନା କମିଟୀର ସଭାପତି ବିମ୍ବାଧର ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ।ଛାତ୍ରୀଛାତ୍ରଙ୍କ ମଧ୍ୟରେ ପୂର୍ବରୁ ହୋଇଥିବା ୧୦୦ମିଟର ଦୌଡ,୪୦୦ମିଟର ଦୌଡ,ଲମ୍ବଡିଆଁ,ବକ୍ତୃତା,ପିକ ଏଣ୍ଡ ଟକ୍ ,କୁଇଜ୍ ,କ୍ରୀଡା ଚିତ୍ରାଙ୍କନ ଆଦି ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ମାନପତ୍ର
ଦେଇ ପୁରସ୍କୃତ କରାଯାଇ ଥିଲା।ଶିକ୍ଷକ କହ୍ନେଇ ଚରଣ ପ୍ରଧାନ,ସମ୍ବିତ ପ୍ରଧାନ ଓ ସମ୍ବିତ ପ୍ରଧାନ ପୁରସ୍କାର ବିତରଣ ରେ ସହଯୋଗ କରିଥିଲେ।ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ଶ୍ୟାମ ସୁନ୍ଦର ସେଠୀ ସଭାକାର୍ଯ୍ୟ ସଂଯୋଜନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ଶିକ୍ଷକ ପଦ୍ମନାଭ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।