-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
29-Aug-2022
ବଲାଙ୍ଗୀର, ଗତକାଲି ପୁଇଁନ୍ତଳା ବ୍ଲକର ବ୍ରାହ୍ମଣି ଡୁଙ୍ଗୁରି ଠାରେ ୬ଠ ଘର ଡୁମାଲ ସମାଜ ତରଫରୁ ମାତୃ ପିତୃ ଚରଣ ବନ୍ଦନା ଉତ୍ସବ ଓ ମନ୍ଥନସଭା ଅନୁଷ୍ଠିତ ହୋଇଥିଲେ । ମାତା ପିତା ଦେବତା ସମାନ ଅଟନ୍ତି ଏମାନଙ୍କ ସେବା କରିବ ଭଗବାନଙ୍କ ସେବା କରିବା ସାଙ୍ଗେ ସମାନ ଅଟେ । ଏହି ବିଚାରଧାରାକୁ ନେଇ ୬ଠ ଘର ଡୁମାଲ ସମାଜ ର ଅଗଣିତ ସଭ୍ୟ ମାନେ ଏକତ୍ରିତ ହୋଇ ମାତାପିତାଙ୍କ ସେବା କରିଥିଲେ । ଏଥିସହ ଡୁମାଲ ସମାଜ ସାମାଜିକ ଓ ଅର୍ଥନୈତିକ ସ୍ତରରେ କିପରି ଉନ୍ନତି ହୋଇପାରିବ ସେ ନେଇ ସମାଜର କର୍ମକର୍ତ୍ତା ମାନେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।