-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
27-Aug-2022
ବଲାଙ୍ଗୀର(ପ୍ରେରଣା ଖବର)-ଆଜି ସକାଳୁ ସକାଳୁ ବଲାଙ୍ଗୀର ଜିଲ୍ଲାପାଳ ଚଂଚଳ ରାଣା ନିଜ ବିଭାଗୀୟ ପଦାଧିକାରୀ ମାନଙ୍କ ସହ ବଲାଙ୍ଗୀର ଲକ୍ଷ୍ମୀ ଜୋର୍ ପରିଦର୍ଶନରେ ଯାଇଥିଲେ । ସେମାନେ ଠିକାଦାର ପଡା ବ୍ରିଜ, ହାତୀଶାଳ ପଡା କଲଭର୍ଟ ର ସ୍ଥିତି ଓ ବର୍ଷା ଦିନେ ଏହାର ଜଳକୁ କିପରି ପ୍ରଦୂଷଣମୁକ୍ତ କରାଯାଇ ପାରିବ ସେ ନେଇ ଉଚ୍ଚ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ନଦୀବିହୀନ ବଲାଙ୍ଗୀର ଜିଲ୍ଲାରେ ଲକ୍ଷ୍ମୀ ଜୋର୍ର ସୌନ୍ଦର୍ଯ୍ୟକରଣ ପାଇଁ ଏହାକୁ ଜବରଦଖଲମୁକ୍ତ କରିବା ଉପରେ ଜିଲ୍ଲାପାଳ ଶ୍ରୀ ରାଣା ଜୋର୍ ଦେଇଥିଲେ । ପରିଦର୍ଶନ ସମୟରେ ଜିଲ୍ଲାପାଳଙ୍କ ସହିତ ବଲାଙ୍ଗୀର ମୁନିସିପାଲିଟି ପୌରାଧ୍ୟକ୍ଷା ଲିକା ସାହୁ, ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତି ରହି ଲକ୍ଷ୍ମୀ ଜୋରର ସ୍ଥିତି ପରଖି ଥିଲେ ।
ସୂଚନାଯୋଗ୍ୟ ଯେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମଧ୍ୟ ଲକ୍ଷ୍ମୀ ଜୋର୍ ର ସୌନ୍ଦର୍ଯ୍ୟକରଣ ପାଇଁ ସରକାରୀ ପାଣ୍ଠିରୁ ଅନୁଦାନ ପ୍ରଦାନ କରିସାରିଛନ୍ତି ।