-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
27-Aug-2022
ବରଗଡ/ନୂଆପଡ଼ା:-ଯେଉଁଦିନ ଠାରୁ ନୂଆପଡ଼ା ଜିଲ୍ଲା ର ଅବକାରୀ ବିଭାଗ ର ଦାୟିତ୍ଵ ଗ୍ରହଣ କଲେ ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ, ସେଇଦିନ ଠାରୁ ଚାଲିଛି ଚଢ଼ାଉ ଉପରେ ଚଢ଼ାଉ।ଏବେ ଦୁର୍ଦାନ୍ତ ଅପରାଧୀ ମାନେ ତ୍ରାହି ତ୍ରାହି ନାମ ଧରି ବସିଲେଣି । ଗତକାଲି ଅବକାରୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଗଠନ କରି ହଠାତ ଭରୁଆମୁଣ୍ଡା, ସରବଙ୍ଗ ଓ କଟିଙ୍ଗପାନି ଅଞ୍ଚଳ ରେ ଏକ କାଳୀନ ଚଢ଼ାଉ କରିଥିଲେ। ଯଦ୍ୱାରା ବିପୁଳ ପରିମାଣର ଅପମିଶ୍ରିତ ବିଦେଶୀ ମଦ ସହ ଏହି ଅପମିଶ୍ରିତ ପଛର ଖଳନାୟକ ମାନଙ୍କୁ କାବୁ କରିବାରେ ସମର୍ଥ ହୋଇଛନ୍ତି ।ଏହି ଘଟଣା ରେ ସଂଶ୍ଳିଷ୍ଟ ଯଶୋବନ୍ତ ଗୁପ୍ତା ନିବାସୀ ପତୋରା, ପୋଲିସ ଷ୍ଟେସନ ଧରମବନ୍ଧା ଜିଲ୍ଲା ନୂଆପଡ଼ା, ନେହେରୁ ପହରିଆ ପିତା ଇଶ୍ୱର ପହରିଆ କଲିଙ୍ଗପାନୀ ପୋଲିସ ଷ୍ଟେସନ ଧରମବନ୍ଧା ଜିଲ୍ଲା ନୂଆପଡ଼ା,ସନ୍ଦିପ କୁମାର ଗୁପ୍ତା ପିତା ଦିନେଶ ପ୍ରସାଦ ଗୁପ୍ତା ମୁଁ/ପୋ:-ରାଜପୁର ପୋଲିସ ଷ୍ଟେସନ ରାଜପୁର ଜିଲ୍ଲା ରହୋତୋଷ ରାଜ୍ୟ ବିହାର ଙ୍କ ଠାରୁ ବିପୁଳ ମାତ୍ର ରେ
ଅପମିଶ୍ରିତ ବିଦେଶୀ ମଦ ବ୍ୟବସାୟ କରୁଥିବା ଖବର ପାଇ ଏକସାଇଜ ଦଳ ଏମାନଙ୍କୁ ଆରେଷ୍ଟ କରିବା ସହ ୪୨ ଲିଟର ଅପମିଶ୍ରିତ ମଦ,୯.୭ ଲିଟର ବିୟର ସାଇଜ ଜବତ କରି କୋର୍ଟ କୁ ଚାଲାଣ କରାଯାଇଛି। ଏହି ଟିମ୍ ରେ ଅବକାରୀ ନିରୀକ୍ଷକ ହିରାବତୀ ଥାଟ୍ଟି ଙ୍କ ସମେତ ଓଆଇସି ଗୁପ୍ତେଶ୍ୱର ପଟେଲ,ଏସ ଆଇ ମଙ୍ଗଲ ଛତ୍ରିଆ ପ୍ରମୁଖ ସାମିଲ ଥିଲେ ।
(ବରଗଡ ରୁ ନିରଞ୍ଜନ ତ୍ରିପାଠୀ ଙ୍କ ସହ ନୂଆପଡ଼ା ରୁ ଡେନିସ ରାଏ ଙ୍କ ରିପୋର୍ଟ)