-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
24-Aug-2022
ବଲାଙ୍ଗିର (ପ୍ରେରଣା ଖବର ବ୍ୟୁରୋ) ପୋଲିସକୁ ବାନ୍ଧିଲା ପୋଲିସ । ଭିଜିଲାନସ ଜାଳରେ ଲୋଇସିଂହା ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ । ୨୦ ହଜାର ଟଙ୍କା ଲାଂଚ ନେବା ସମୟରେ ଥାନା ଅଧିକାରୀଙ୍କୁ କାବୁ କଲା ବରଗଡ ଭିଜିଲାନସ ଟିମ । ବରଗଡ ଜିଲ୍ଲା ଗାଇସିଲେଟ ଥାନା କେନ୍ଦୁମୁଣ୍ଡି ଗାଁର ଜଣେ ଲାଇସେନସ ପ୍ରାପ୍ତ ମଦ ବେପାରୀ ଭାବଗ୍ରାହୀ ସାହୁଙ୍କୁ ମଦ ବୋଝେଇ ଗାଡିକୁ ସିଜ କରିଥିଲେ ଲୋଇସିଂହା ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ ॥ ମଦ
ବୋଝେଇ ଗାଡିକୁ ଛାଡିବା ପାଇଁ ଭାବଗ୍ରାହୀଙ୍କ ଠାରୁ ୨୦ ହଜାର ଟଙ୍କା ଲାଂଚ ମାଗିଥିଲେ ସଂଗ୍ରାମ । ଏନେଇ ଭାବଗ୍ରାହୀ ବରଗଡ ଭିଜିଲାନସ ବିଭାଗକୁ ଖବର ଦେଇଥିଲେ । ବରଗଡ ଓ ସମ୍ୱଲପୁର ଭିଜିଲାନସ ବିଭାଗର ମିଳିତ ଟିମ ପୂର୍ବ ଯୋଜନା ମୁତାବକ, ଲୋଇସିଂହା ଥାନାରେ ଲାଂଚ ନେଉଥିବା ସମୟରେ ଥାନା ଅଧିକାରୀଙ୍କୁ କାବୁ କରିଥିଲେ । ବଲାଙ୍ଗିର ଟାଉନ ଥାନା ନିକଟରେ ଥିବା ଆଇ.ଆଇ.ସିଙ୍କ ସରକାରୀ ଘରେ ଛାନଭିନ କରୁଛି ଭିଜିଲିନାସ ଟିମ ।