-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
24-Aug-2022
ସୁବର୍ଣ୍ଣପୁର/ସୁବର୍ଣ୍ଣପୁର ଜିଲ୍ଳାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତା ରେ ଆଜି ଯଉଁରାଭଉଁରା ପଞ୍ଚାୟତର ରାଧାନଗର ଗ୍ରାମର ଧବଳେଶ୍ଵର ଶିବ ମନ୍ଦିର ନିକଟରେ ଜିଲ୍ଲାପ୍ରଶାସନର ପ୍ରଥମ ସମର୍କ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୁବର୍ଣ୍ଣପୁର ସମେତ ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞନ କହଁର, ଉଲୁଣ୍ଡା ବିଡିଓ ହେମସାଗର ଭୋଇ ସମେତ ଜିଲ୍ଲାର ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ, କର୍ମଚାରୀ ପ୍ରମୁଖ ଜିଲ୍ଲା୍ର ଆଭ୍ୟନ୍ତରୀଣ ଆଦିବାସୀ ଗ୍ରାମ ରାଧାନଗର ରେ ସମ୍ପର୍କ ର ସେତୁ କାର୍ଯ୍ୟକ୍ରମରେ ଯୋଗଦାନ ପୂର୍ବକ ଜନସାଧାରଣ ଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ l କାର୍ଯ୍ୟକ୍ରମ ରେ ଜିଲ୍ଲା ସ୍ତରୀୟ ଅଧିକାରୀ ନିଜ ନିଜ ବିଭାଗୀୟ କାର୍ଯ୍ୟକ୍ରମ ସହ ଜନସାଧାରଣ ଙ୍କ ନିମନ୍ତେ ଥିବା ସରକାରଙ୍କ ସୁବିଧା ସୁଯୋଗ, ଲୋକଯୋଜନା କାର୍ଯ୍ୟକ୍ରମ ଉପରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ l ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲା ପ୍ରଶାସନ ଦ୍ୱାରା ଜନସାଧାରଣ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ର ପ୍ରତିକାର ପାଇଁ ତ୍ୱରିତ ପଦକ୍ଷେପ ନେବା ଉପରେ ଗୁରୁତ୍ୱାରୋପ କରାଯାଇଛି l ଜୀବନ ଜୀବିକା ର ବିକାଶ ନିମନ୍ତେ ଜିଲ୍ଲାପ୍ରଶାସନ ତରଫରୁ ଗ୍ରାମର ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଛି l ଏହି ପରିପ୍ରେକ୍ଷୀରେ ଯୋଗ୍ୟ ହିତାଧିକାରୀ ପ୍ରତ୍ୟେକ ଙ୍କୁ ଜିଲ୍ଲା ପ୍ରାଣୀଧନ ବିଭାଗ ତରଫରୁ ୫0 ଟି,ଓ ଓଡିଶା ଜୀବିକା ମିଶନ ତରଫରୁ ୫0 ଟି ଲେଖାଏଁ କୁକୁଡ଼ା ଚିଆଁ କିଣିବା ନିମନ୍ତେ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି l ତତ ସହ ଉଲୁଣ୍ଡା ବ୍ଲକ ତରଫରୁ ଏମ ଜି ଏନ ଆର ଇ ଜିଏ ମାଧ୍ୟମ ରେ ପୌଲଟ୍ରି ସେଡ ନିର୍ମାଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯିବ l ଏହା ସହିତ ଉଦ୍ୟାନ ବିଭାଗ ତରଫରୁ ଅତିରିକ୍ତ ଉଦ୍ୟାନ ବିତ, ବୀରମହାରାଜପୁର ଗ୍ରାମର ଚାଷୀ ହିତାଧିକାରୀଙ୍କୁ ମାଗଣା ପିଆଜ ମଞ୍ଜି ବଣ୍ଟନ କରିଥିଲେ l ସ୍ୱାସ୍ଥ୍ୟ ଅଧିକାରୀ ସି ଏଚ ସି ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ବଣ୍ଟନ କରିଥିଲେ l ଅଂଚଳର ଜନସାଧାରଣ ଯେପରି ପ୍ରଶାସନ ତରଫରୁ ତ୍ୱରିତ ସେବା ପାଇପାରିବେ ଏବଂ ଜୀବନ ଜୀବିକାର ଉନ୍ନତି ହୋଇପାରିବ ଏବଂ ସ୍ୱଚ୍ଛ ସୁସ୍ଥ ରହିବେ ସେଥିପ୍ରତି ଗୁରୁତ୍ୱାରୋପ କରିଛନ୍ତି ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ନରୱଣେ l କାର୍ଯ୍ୟକ୍ରମରେ ପଂଚାୟତର ସରପଞ୍ଚ ସୁନିତା ସିଙ୍ଗିରା,ସମିତି ସଭ୍ୟା ସୁଷମା ଭୋଇ ତଥା ଜନସାଧାରଣ ପ୍ରଭୁତି ଅଂଚଳର ବିଶେଷ ସମସ୍ୟା ଗୁଡିକୁ ଜିଲ୍ଳା ପ୍ରଶାସନ ଆଗରେ ଉପସ୍ଥାପନ କରିଥିଲେ l ଆଗକୁ ଏହିପରି କାର୍ଯ୍ୟକ୍ରମ ପ୍ରତି ମାସରେ ଜିଲ୍ଳା ପ୍ରଶାସନ ତରଫରୁ ଅନୁଷ୍ଠିତ କରାଯାଇ ପ୍ରଶାସନ ଲୋକଙ୍କ ପାଖକୁ ପହଂଚି ଜନସାଧାରଣ ଙ୍କ ବିଶେଷ ସମସ୍ୟା ଗୁଡିକୁ ତ୍ୱରିତ ସମାଧାନ କରିବା ସହିତ ସେବା ଯୋଗାଇଦେବ l କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ବିଶ୍ୱ ରଞ୍ଜନ ପତି, ଜିଲ୍ଳା ମଙ୍ଗଳ ଅଧିକାରୀ ପାଲାକା ରବୀନ୍ଦ୍ର, ଡି ଏସ ଏସ ଓ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଡି ଏସ ଡବ୍ଲୁ ଓ ଗୌରମଣୀ ହାଁସଦା,ଏ ଡି ଏଚ ବୀରମହାରାଜପୁର,ବ୍ଲକ କୃଷି ଅଧିକାରୀ, ବ୍ଲକ ଉଦ୍ୟାନ ଅଧିକାରୀ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଆର ଡବ୍ଲୁ ଏସ ଏସ ତଥା ବ୍ଲକ ସ୍ତରୀୟ ଅଧିକାରୀ କର୍ମଚାରୀ ପ୍ରମୁଖ ଅଂଶ ଗ୍ରହଣ କରଥିଲେ l