-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
25-Aug-2022
ବଲାଙ୍ଗୀର/ବଙ୍ଗୋମୁଣ୍ଡା, ଟିଟିଲାଗଡ ସବଡିଭିଜନ ଅନ୍ତର୍ଗତ ସିନ୍ଧେକେଲା ଥାନା ଅଧୀନସ୍ଥ ଉତ୍କେଲା ଗ୍ରାମ ର ଲିଙ୍ଗରାଜ ବେହେରା ନାମକ ଜଣେ ବ୍ୟକ୍ତି ଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାଯାଇଛି । ସୂଚନାନୁଯାୟି ବୁଧବାର ଦିନ ପ୍ରାୟ ତିନି ଘଣ୍ଟା ସମୟରେ ଘର ନିକଟରେ ଥିବା ଲିଙ୍ଗରାଜ ବେହେରା ଙ୍କୁ ସାମାନ୍ୟ ବର୍ଷା ପବନ ଆରମ୍ଭ ହେବା ସମୟ ରେ ବିଜୁଳି ବା ବଜ୍ରାଘାତ ର ଶିକାର ହୋଇ ତଳେ ପଡ଼ିଯାଇ ଅଚେତ୍ ହୋଇଥିଲେ । ତୁରନ୍ତ ପରିବାର ଲୋକେ ଓ ଗ୍ରାମବାସୀ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଡାକ୍ତଖାନା ଆଣିଥିଲେ । ଡ଼ାକ୍ତରଖାନା ବହିର୍ବିଭାଗ ରେ କାର୍ଯ୍ୟରତ ଡ଼ାକ୍ତର
ତଥା ମ୍ୟାଡ଼ିକାଲ ଅଫିସର କୃଷ୍ନଚନ୍ଦ୍ର ପାଲ ତାଙ୍କୁ ମୃତ ଘୋଷଣା କରି ଥିଲେ । ମୃତ ଶ୍ରୀ ବେହେରା ଙ୍କ ଦୁଇଟି ଛୋଟ ସନ୍ତାନ ଥିବା ଓ ସେ ପରିବାର ର ମୂଖ୍ୟ ହୋଇଥିବା ବେଳେ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି । ଏ ପୋଲିସ ତରଫରୁ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରି ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ସବିଶେଷ ତଦନ୍ତ କରାଯିବା ସୂଚନା ଦିଆ ଯାଇଛି ।