-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
27-Nov-2020
ଭୁବନେଶ୍ବର /ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା) ଓଡିଶା ରାଜ୍ୟ କାର୍ଯ୍ୟରତ ସାମ୍ବାଦିକ ପାଣ୍ଠି 2006 ର ସଂଶୋଧନ କରିଛନ୍ତି ରାଜ୍ୟ ସରକାର | କାର୍ଯ୍ୟରତ ସାମ୍ବାଦିକ ଙ୍କ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ମିଳିବ ଚାରି ଲକ୍ଷ ଏବଂ ପିଲାମାନଙ୍କ ମାଟ୍ରିକ ପାସ ପର୍ଯ୍ୟନ୍ତ ମାସିକ ପନ୍ଦରସହ ଏବଂ ଉଚ୍ଚ ଶିକ୍ଷା ପାଇଁ ମାସିକ ପଚିଶସହ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର | କିଡ଼ନୀ ରୋଗ, ହୃଦ ରୋଗ, କ୍ୟାନ୍ସର ଭଳି ଦୁରାରୋଗ୍ୟ ରେ ପୀଡ଼ିତ ହେଲେ ଚିକିତ୍ସା ପାଇଁ ୨ ଲକ୍ଷ ର ବୀମା ଯୋଗାଇବେ ସରକାର | ପଚିଶ ଲକ୍ଷ ଗୃହ ଋଣ ପାଇଁ ୩ ପ୍ରତିଶତ ଋଣ ଛାଡ଼, ଚାରି ଲକ୍ଷ ର କାର ଋଣ ରେ ୩ ପ୍ରତିଶତ ରିହାତି, ପଚାଶ ହଜାର ଟଙ୍କା ର ୨ ଚକିଆ ଯାନ ଋଣରେ ୩ ପ୍ରତିଶତ ରିହାତି ମଧ୍ୟ ଘୋଷଣା କରିଛନ୍ତି ସରକାର | ଦୁର୍ଘଟଣା କିମ୍ବା ରୋଗରେ ଶରୀର ର କୌଣସି ଅଙ୍ଗ ଅକାମି ହେଲେ ୨ ଲକ୍ଷ ଟଙ୍କା ର ସହାୟତା ଦେବେ ରାଜ୍ୟ ସରକାର | IIMC ଭଳି ସଂସ୍ଥା ରେ ସାମ୍ବାଦିକତା ତାଲିମ ପାଇଁ ଦଶହଜାର ପର୍ଯ୍ୟନ୍ତ ସହାୟତା ଯୋଗାଇଦେବେ ରାଜ୍ୟ ସରକାର |