-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
27-Nov-2020
ସମ୍ବଲପୁର, (ସଞ୍ଜିବ ପାଣିଗ୍ରାହୀ ଙ୍କ ରିପୋର୍ଟ): ଗ୍ରୀନ ଏସୋସିଏସନ ରେଙ୍ଗାଲି ପକ୍ଷରୁ ରୁ ମଙ୍ଗଲବାର ଦିନ ଠାରୁ ଆରମ୍ଭ ହୋଇଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆସନ୍ତାକାଲି ଆଜି ଉଦଯାପିତ ହେବ। ପ୍ରଥପ ଦିନ ଯୁବ ସମାଜସେବୀ ଚିନ୍ତାମଣି ବାଗ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଟ କୁ ଉଦଘାଟନ କରିବା ସହ ଖେଳାଳି ମାନକୁ ଉତ୍ସାହିତ କରିଥିଲେ l ବୁଧବାର ଦ୍ବିତୀୟ ଦିବସରେ ବରିଷ୍ଟ ସାମ୍ବାଦିକ ରମାକାନ୍ତ ବିଶ୍ୱାଳ, ଯୁବ ସାମ୍ବାଦିକ ସନ୍ଦୀପ ଶର୍ମା ଅତିଥି ଭାବେ ଯୋଗ ଦେଇ ଖେଳ କୁ ଉଦଘାଟନ କରିବା ସହ ଖେଳାଳି ମାନକୁ ଉତ୍ସାହିତ କରିଥିଲେ l ପ୍ରଥମ ଦିନ ୮ଟି ଟିମ ଖେଳିଥିବା ବେଳେ ଦ୍ବିତୀୟ ଦିନ ମଧ୍ୟ ୮ଟି ଟିମ ଯୋଗ ଦେଇ ତାଙ୍କ ଖେଳ ପ୍ରଦର୍ଶନ କରିଥିଲେ। ଉଭୟ ଦିନର ଖେଳକୁ ଅମ୍ପିଆର ସରୋଜ ଛୁରିଆ ଓ ବିକାଶ ମହାନନ୍ଦିଆ ଖେଳ ପରିଚାଳନା କରିଥିଲେ l ଅନୁଷ୍ଠାନର ଚିତ୍ତରଞ୍ଜନ ବାଗ, ପଦ୍ମରଂଜନ ବିଶ୍ୱାଳ,ସରୋଜ ଛୁରିଆ,ଉମାକାନ୍ତ ପଟ୍ଟନାୟକ, ସାଧୁଚରଣ ଗର୍ଡିଆ, ଉତ୍ତମ ପ୍ରଧାନ,କେଶବ ଓରାମ, ସୁଜିତ ସୋରେନ, ଅଜିତ ବାଦି ପ୍ରମୁଖ କ୍ରିକେଟ ଟୁର୍ନାମେଣ୍ଟ ର ସୁପରିଚାଳନା ଦିଗରେ ସହଯୋଗ କରିଥିଲେ l