-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
27-Nov-2020
ଲୋଇସିଂହା, (ବିନୋଦ କୁମାର ଦୀପ ) ଲୋଇସିଂହା ଆଦିବାସୀ ଭବନ ଠାରେ ଏସଟି, ଏସସି କଲ୍ୟାଣ ସଂଘ ଦ୍ୱାରା ସମ୍ବିଧାନ ଦିବସ ପାଳିତ ହୋଇଯାଇଛି l 26 ନଭେମ୍ବର,1949 ଆମ ଦେଶ ଭାରତର ସର୍ବବୃହତ, ସର୍ବୋତମ ସମ୍ବିଧାନ ଲାଗୁ କରାଯାଇଥିଲା l ଏଣୁ ଏହି ଦିବସ ଭାରତୀୟ ନା-6ଗରିକ ମାନଙ୍କ ଜାତୀୟ ଦିବସ ଅଟେ l ଏହି ମହାନ ଓ ଐତିହାସିକ ଦିନରେ ଅତିଥି ଭାବରେ ଧୀମାନ ଶ୍ୟାମସୁନ୍ଦର ଭୋଇ, ଧୀମାନ ବିନୋଦ ମଲ୍ଲିକ, ଧୀମାନ ଅବିନାଶ ନାଗ, ଧୀମାନ ଦଶରଥ ଛତ୍ରିଆ, ଏବଂ ଧୀମାନ ହିମାଂଶୁ ବିଭାର ଯୋଗ ଦେଇଥିଲେ l ସମସ୍ତ ଅତିଥି ସମ୍ବିଧାନ ଦିବସର ଉପଯୋଗୀତା, ବିଶିଷ୍ଟତା, ସାମ୍ବିଧାନିକ ଅଧିକାର ଓ କର୍ତବ୍ୟ ଉପରେ ନିଜ ନିଜ ସୁଚିନ୍ତିତ ମତ ରଖିଥିଲେ, ବିଶେଷ କରି ସାମ୍ପ୍ରତିକ ପରିସ୍ଥିତିରେ ସମ୍ବିଧାନ ଗଣତନ୍ତ୍ର, ମାନବ ଅଧିକାର କିପରି ହନନ କରାଯାଉଛି ଏବଂ ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତି 2020 କିପରି ବହୁଜନ ସମାଜକୁ ଶିକ୍ଷାକୁ ବଂଚିତ କରିବ ସେ ବିଷୟରେ ହିମାଂଶୁ ବିଭାର ବିଚାର ରଖିଥିଲେ l ସଭାକାର୍ଯ୍ୟରେ ଧୀମାନ ଲାଲମାନ ନାଗ ସଭାପତିତ୍ୱ କରିଥିଲେ l ଧୀମାନ ସୁନୀଲ ନନ୍ଦ ସଭାକାର୍ଯ୍ୟରେ ସମ୍ବିଧାନ ଦିବସ ପାଳନ କରିବାର ଉଦେଶ୍ୟ ଉପରେ ମତରଖି ଭାରତ ବର୍ଷରେ ସାମ୍ବିଧାନିକ ସମାଜ ଯାହାକି ସମାନତା, ସ୍ୱତନ୍ତ୍ରତା, ବନ୍ଧୁତ୍ୱ ନ୍ୟାୟ ଗାରିମାରେ ଆଧାରିତ ଗଠନ କରିବା ପାଇଁ ଆହ୍ଵାନ ଦେଇ ଥିଲେ l ଶେଷରେ ଦୈତାରୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ l