-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
17-Aug-2022
ଦେଓଗାଁ : ଆଜି ଦେଓଗାଁ ବ୍ଲକ ଅଧ୍ୟକ୍ଷ ମଣ୍ଟୁ ଖମାରି ଜରସିଂହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନ କରି ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା ପରିଷଦ ସଭ୍ୟଙ୍କ ସହ ସ୍କୁଲର ଶିକ୍ଷାର ସ୍ତୁତି ଓ ଅଗ୍ରଗତି ସମ୍ବନ୍ଧରେ ଆଲୋଚନା କରିଥିଲେ l ସରପଞ୍ଚ ଶ୍ରୀ ଖମାରି ବିଦ୍ୟାଳୟ ଶ୍ରେଣୀ ଗୃହ ଗୁଡିକୁ ଅନୁଧ୍ୟାନ କରିଥିଲେ l ସ୍କୁଲ କୋଠା ଛାତ୍ରଛାତ୍ରୀ ମାନଙ୍କ ପଢିବା ପାଇଁ ଉପଯୋଗୀ ହୋଇନଥିବାରୁ ତୁରନ୍ତ ଅନ୍ୟତ୍ର ଥିବା କୋଠରି ରେ ପାଠ ପଢା କରାଯିବା ପାଇ ପରିଚାଲନା କମିଟି କୁ ଅନୁରୋଧ କରିଥିଲେ l ପଂଚାୟତ ସମିତି ତରଫରୁ ତୁରନ୍ତ ବିଦ୍ୟାଳୟ ର ନୂତନ ଶ୍ରେଣୀ କୋଠରି ନିର୍ମାଣପାଇଁ ପଦକ୍ଷେପ ନିଆଯିବା ସହିତ କାମ ଆରମ୍ଭ କରାଯିବ ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ଖମାରି ପ୍ରତିଶ୍ରୁତି ଦେଇଛନ୍ତି ।
ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ l