-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
17-Aug-2022
ମୁରିବାହାଲ(ସୁଦାମ ଚରଣ ବଘାର) : ମୁରିବାହାଲ ବ୍ଲକ୍ ଅନ୍ତର୍ଗତ ହଲଦି ଛକ ଠାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶିରୁ ବଞ୍ଚିତ ଥିବା ଚାଷୀ ବୃନ୍ଦ ଙ୍କ ୨୫ ଘଣ୍ଟାରୁ ଉର୍ଦ୍ଧ ହେବ ରାଜରାସ୍ତା ଅବରୋଧ ଜାରି ରହିଛି। ଫସଲ ବୀମା ରାଶି ପ୍ରଦାନରେ ଅହେତୁକ ବିଳମ୍ବ ଯୋଗୁଁ ହଲଦି ଗ୍ରାମ ପଞ୍ଚାୟତ, ଲେବଡ଼ା ଗ୍ରାମ ପଞ୍ଚାୟତ ଓ ବାଙ୍କେଲ୍ ଗ୍ରାମ ପଞ୍ଚାୟତର ମିଳିତ ଚାଷୀ ବୃନ୍ଦ ହଲଦି ସମିତି ସଭ୍ୟ ଟୁନା ମଣି ମହାନନ୍ଦ, କୃଷକ ନେତା ସିଦ୍ଧେଶ୍ୱର ଦାସ, ଦୁଷ୍ମନ୍ତ ବାଗଙ୍କ ନେତୃତ୍ୱରେ ଚାଲିଥିବା ଧାରଣା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି ।ଏହି କାର୍ଯ୍ୟକ୍ରମରେ ଚାଷୀ ହେମ ସାଗର ସାହୁ, ହଲଦି ପୂର୍ବତନ ସରପଂଚ ହୃଷିକେଶ ବାଗ,ସମିତି ସଭ୍ୟ ଦୁଷ୍ମନ୍ତ ବାଗ,ଧନେଶ୍ଵର ମାଝୀ, ପର୍ଥରାମ୍ ଭୋଇ, ଚତୁର ମହାନନ୍ଦ,ତୁଳସୀ ରାମ ଭୋଇ, ଉତ୍ତମ ମହାନନ୍ଦ, ଶଶି ମହାନନ୍ଦ, ଉପେନ୍ଦ୍ର ଦୀପ, ଦିନେଶ କୁମ୍ଭାର,ସୁଦର୍ଶନ ମହlକୁର , ଯଶୋବନ୍ତ ମହାନନ୍ଦ ସମେତ ଶତାଧିକ ଚାଷୀ ଧାରଣାରେ ବସିଛନ୍ତି। ରାତିରେ ଚାଷୀ ମାନେ ରାସ୍ତାରେ ଶୋଇ ରହିଛନ୍ତି। ଜିଲ୍ଲାପାଳ କିମ୍ବା ଉପଜିଲ୍ଲାପାଳ ଆସି ଲିଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚାଷୀ ମାନେ ପ୍ରକାଶ କରିଛନ୍ତି।