-+91-9937148622 |

prerana_bgr@rediffmail.com |

  Saturday 10th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   (10-Oct-2026)       ||      ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   (10-Oct-2026)       ||      ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକ ହତ୍ୟାକୁ ମାସେ ପୁରିଲା ପୁଲିସ ହାତ ଖାଲି    (10-Oct-2026)       ||      ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ରେ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Oct-2026)       ||      ଛାତ୍ର ସଂସଦ ନିର୍ବାଚନ: ସରିଲା ନାମାଙ୍କନ♦️ କଣ୍ଟାମାଳ କଲେଜ ରୁ ୧୮ଜଣ କଲେ ନାମାଙ୍କନ ୫ଜଣ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ, ଜଣଙ୍କ ପ୍ରାର୍ଥୀପତ୍ର ନାକଚ    (09-Oct-2026)       ||      ବାଦ୍ ପଡ଼ିଥିବା ଏବଂ ପ୍ରଥମ ଥର/ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ   (09-Oct-2026)       ||      ବରଗଡ଼ର ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱର ଦଲିଲୀକରଣ ପାଇଁ ଜାତୀୟ ଆଲୋଚନାଚକ୍ର   (09-Oct-2026)       ||      ସାମାଜିକ ଗଣମାଧ୍ୟମରେ ଉଦୀୟମାନ ଧାରା ଉପରେ ପ୍ରଥମ ଅଧିବେଶନ - ସରକାରୀ ସଂଚାରରେ ନୂତନ ପ୍ରଯୁକ୍ତି, ତଥ୍ୟର ସତ୍ୟତା ଓ ଜନସହଭାଗିତା ଉପରେ ଗୁରୁତ୍ୱ   (09-Oct-2026)       ||      ୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ   (09-Oct-2026)       ||      ଓଡ଼ିଶା ସୂଚନା ସେବା (OIS) ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ସୋସିଆଲ ମିଡିଆ ଟ୍ରେଣ୍ଡ ଏବଂ AI-ଆଧାରିତ ସଂଚାର ଉପରେ ଆଲୋଚନା   (09-Oct-2026)       ||      *ଝରୀଗୁଡା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ଗଛରେ ପିଟିଲା ଅଲଟୋ କାର୍, ସ୍ୱାମୀ-ସ୍ତ୍ରୀ ମୃତ*   (09-Oct-2026)       ||      ସୁଦୀପ କୁମାର ତ୍ରିପାଠୀ♦️ ମାନବିକତାର ଜ୍ୱଳନ୍ତ ଉଦାହରଣ - ୩୨ ଦିନର ଶିଶୁକୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ    (09-Oct-2026)       ||      ସିରୋଲ କ୍ଲଷ୍ଟରରେ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ   (09-Oct-2026)       ||      ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ    (09-Oct-2026)       ||      ବଲାଙ୍ଗୀର ବନଖଣ୍ଡରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ଉଦ୍‌ଯାପିତ   (09-Oct-2026)       ||      *ଦରଖାସ୍ତ ନଦେଇ ଫେରିଗଲେ ମହିଳାମାନେ, ଅବକାରୀ ଥାନା ରେ ପଡ଼ିଛି ତାଲା !*   (09-Oct-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ ଚତୁର୍ଥ ମାସିକ ବୈଠକ ଅନୁଷ୍ଠିତ   (09-Oct-2026)       ||      ବରପାଲିରେ ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟ ଓ ସହାୟକ ଉପକରଣ ବଣ୍ଟନ ଶିବିର   (09-Oct-2026)       ||      ସରପଞ୍ଚ ସଂଘ ସଭାପତିଙ୍କ ବିରୋଧରେ ଥାନାରେ ମାମଲା   (09-Oct-2026)       ||      ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ସ୍ଥାନରେ ଚଢ଼ାଉ   (09-Oct-2026)       ||     

HOME   ଜିଲ୍ଲା

ପାଟଣାଗଡ ସୁନାଗହଣା ଦୋକାନ ଡକାୟତି ମାମଲାରେ ପୁଲିସ୍ ର ସଫଳତା, ୪ ସ୍ଥାନୀୟ ଅଭିଯୁକ୍ତ ଗିରଫ, ସବୁ ସୁନା ନେଇ ମୁଖ୍ୟ ଡକାୟତ ସହ ଆଉ ୪ ରାଜ୍ୟ ବାହାରକୁ ଫେରାର୍

17-Aug-2022



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ ):  ଗତ ୫ ତାରିଖ ଦିନ ଅପରାହ୍ନ ପ୍ରାୟ ୪ଟା ବେଳେ ପାଟଣାଗଡ ମୁଖ୍ୟ ରାସ୍ତାରେ ଥିବା ' ଅମୃତ କଳସ ' ସୁନାଅଳଙ୍କାର ଦୋକାନରେ ସଶସ୍ତ୍ର ଡକାୟତମାନେ ଦୋକାନମାଲିକ ପାଟଣାଗଡ ରାମପୁରର ମୁକେଶ ଜୈନଙ୍କୁ ପିସ୍ତଲ୍ ମୁନରେ ପ୍ରାୟ ଦେଢ କେଜିରୁ ଅଧିକ ସୁନାଅଳଙ୍କାର ଓ ୪୨ ହଜାର ଟଙ୍କା ଲୁଟିନେଇ ଦୋକାନମାଲିଙ୍କୁ ରକ୍ତାକ୍ତ ଆହତ କରି ଜନଗହଳ ରାସ୍ତାରେ ଦୁଇଟି ବାଇକ୍ ରେ ଫେରାର୍ ହୋଇଯାଇଥିଲେ । ଏହି ଘଟଣାରେ ଚାରିଆଡେ ଚାଞ୍ଚଲ୍ଯ ଖେଳିଯିବା ସହିତ ଥାନାଠାରୁ ମାତ୍ର ଦୁଇଶହ ମିଟର ଦୂରରେ ଥିବା ଏହି ଘଟଣାସ୍ଥଳରେ ଏଭଳି ସ୍ପଷ୍ଟଦିବାଲୋକର ସଶସ୍ତ୍ରଲୁଟ୍ ପୁଲିସ୍ ପାଇଁ ଚାଲେଞ୍ଜ୍ ସୃଷ୍ଟି କରିଥିବା ସହ ପୁଲିସ୍ କୁ ତୀବ୍ର ସମାଲୋଚନା କରାଯାଇ ବଣିକ ସଂଘ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ବଲାଙ୍ଗୀର ଏସ୍ ପି ଙ୍କୁ ଅଭିଯୋଗ କରାଯାଇଥିଲା । ତେବେ ଆଜି ପାଟଣାଗଡ ବଣିକ ସଂଘ ପକ୍ଷରୁ ପାଟଣାଗଡ ବନ୍ଦ ଡାକରା ଦିଆଯିବାର ଥିଲାବେଳେ , ପୂର୍ବରୁ ଅଟକ ରଖାଯାଇ ଜେରା ଚାଲିଥିବା ଏହି ମାମଲାର ୪ ଜଣ ସ୍ଥାନୀୟ ଡକାୟତି ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରି କୋର୍ଟଚାଲାଣ କରିଛି । ସେମାନେ ହେଲେ , ରାମପୁରର ଆବାଜ ମେହେର ( ୩୪ ) , ପାଟଣାଗଡ ଥାନା ସମଲେସର ଗ୍ରାମର ଡାକ୍ତର ବଗର୍ତ୍ତୀ  (୩୭ ) , ବରଗଡ ଜିଲ୍ଲା ବିଜେପୁର ଥାନା ବାଦିପାଲିର ଚନ୍ଦ୍ରମଣୀ ମେହେର ( ୨୪ ) , ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଖୁଟପାଲି ଗ୍ରାମର ଅଲେଖ ବଢେଇ (୨୮ ) । ସେମାନଙ୍କଠାରୁ ଡକାୟତିରେ ବ୍ୟବହୃତ କୁହାଯାଉଥିବା ଏକ ପଲସର୍ ବାଇକ୍ , ଏକ ଦେଶୀ ପିସ୍ତଲ୍ ସହ ୨ଟି ଜୀବନ୍ତ ଗୁଳି , ୪୨ ହଜାର ୫୦୦ ଟଙ୍କା ଓ  ଦୋକାନର ଜଣେ ମହିଳା କର୍ମଚାରୀଙ୍କଠାରୁ ଲୁଟି ନେଇଥିବା ଏକ ସାମସଙ୍ଗ୍ ମୋବାଇଲ୍ ଫୋନ୍ ପୁଲିସ୍ ଜବତ କରିଥିବା ପ୍ରକାଶ । ଏହି ମାମଲାର ମୁଖ୍ୟ ସମେତ ଅନ୍ୟ ୪ ଜଣ ରାଜ୍ୟବାହାରର ଡକାୟତ ସମସ୍ତ ସୁନା ନେଇ ରାଜ୍ୟ ବାହାରକୁ ପଳାଇଯାଇଥିବା ପୁଲିସ୍ କହିଛି । ଦୋକାନମାଲିକଙ୍କଠାରୁ ଡକାୟତମାନେ ଲୁଟିନେଇଥିବା ଆଉ ଏକ ମୋବାଇଲ୍ ଟିକୁ କିଛିଦୂରରେ ସରସ୍ବତୀ ଶିଶୁ ମନ୍ଦିର ପାଖରେ ଫିଙ୍ଗିଦେଇଥିବାରୁ ପୁଲିସ୍ ତାହା ପାଇ ମାଲିକଙ୍କୁ ଫେରାଇ ଦେଇଥିବା ପ୍ରକାଶ ।

ଏହି ୪ ଜଣ ଗିରଫ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ବିଭିନ୍ନ ଥାନାରେ ପୂର୍ବରୁ ଏକାଧିକ ଏଭଳି ମାମଲା ରହିଛି ଓ ସେମାନେ ବିଭିନ୍ନ ମାମଲାରେ ଜଡିତ ରହିଆସିଥିବା ଦାଗୀ ବୋଲି କୁହାଯାଉଛି । ଏହି ଗିରଫଦାରୀରେ ପୁଲିସ୍ କୁ ପ୍ରଶଂସା କରାଯାଇଥିବାବେଳେ , କେତେକ ମହଲରେ ଭିନ୍ନ ଆଲୋଚନା ମଧ୍ୟ ଶୁଣାଯାଉଛି । ତେବେ ଘଟଣାର ମାତ୍ର ଦଶ / ବାର ଦିନ ମଧ୍ୟରେ ଏହି ଚାଞ୍ଚଲ୍ୟକର ଡକାୟତି ଘଟଣା ସହିତ ଖପ୍ରାଖୋଲ ରାସ୍ତାଲୁଟ୍ ଘଟଣାର ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିଥିବାର ସମସ୍ତ ଶ୍ରେୟ ବଲାଙ୍ଗୀର ଏସ ପି ନୀତିନ୍ କୁଶଳେକରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ପାଟଣାଗଡ ଉପଖଣ୍ଡ ପୁଲିସ୍ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତାଙ୍କ ସମେତ ପାଟଣାଗଡ ଥାନାଧିକାରୀ ଅନନ୍ତ ପ୍ରଧାନ , ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁଙ୍କ ସମେତ ଅନ୍ୟାନ୍ୟ ପୁଲିସ୍ କର୍ମଚାରୀଙ୍କର  । ସମାଲୋଚନା କରାଯାଇଆସୁଥିବା ପୁଲିସ୍ ର ଭାବମୂର୍ତ୍ତି ଏତଦ୍ଦ୍ବାରା ଉଜ୍ଜଳ ହୋଇପାରିଛି ।

ପାଟଣାଗଡର ଏହି ସ୍ପଷ୍ଟଦିବାଲୋକର ଦୁଃସାହସିକ ସଂଗଠିତ ସଶସ୍ତ୍ର ଡକାୟତି ବଲାଙ୍ଗୀର ଜିଲ୍ଲାର ହର୍ଡାଟାଲ୍ ଗ୍ରାମର ଏହାପୂର୍ବରୁ ବହୁ ସିରିଜ୍ ଲୁଟ୍ ଓ ଡକାୟତିର ସର୍ଦ୍ଦାର ଆନ୍ତଃରାଜ୍ୟ ଡକାୟତ ଅମିତ ଦାଶ ବୋଲି ଲୋକମୁଖରେ ଚର୍ଚ୍ଚା ହେଉଛି । କିଛିବର୍ଷ ତଳେ ଏହି ଦୁର୍ଦ୍ଦାନ୍ତ ଯୁବଡକାୟତ ଜଣକ ଏକ ଦଳ ଗଢି ବଲାଙ୍ଗୀରର ବିଭିନ୍ନ ଘରେ ଓ ସ୍ଥାନରେ ଡକାୟତି କରିବା ସହିତ ପାଟଣାଗଡ ପେଟ୍ରୋଲ ପମ୍ପ ଲୁଟ୍ , ବଲାଙ୍ଗୀର ବ୍ଲକ୍ ନିକଟସ୍ଥ ଜଣକ ଘର ଓ ପୁଇଁତଳା ବ୍ଲକ୍ ନିକଟସ୍ଥ ଜଣେ ଶିକ୍ଷକଙ୍କ ଘରୁ ସଶସ୍ତ୍ର ଲୁଟ୍ ଆଦି ମାମଲାରେ ସାମିଲ୍ ହୋଇ  ଗିରଫ ମଧ୍ୟ ହୋଇଥିଲା ।  ସେ କିଛିଦିନ ପାଟଣାଗଡର ରାମଜୀପଡା , ନିକଟସ୍ଥ ଗଙ୍ଗାସାଗର ଓ କଣ୍ଟାବାଞ୍ଜି ସହରରେ ରହୁଥିଲା । ସେ ମଧ୍ୟ ଏହାପୂର୍ବରୁ ତରଭା ତାଲପଦର ଏକ ଖଳାରୁ ସଦରଥାନା ପୁଲିସ୍ ଦ୍ବାରା ଧରା ପଡି ଗିରଫ ହୋଇଥିଲା । ଓଡିଶା ସମେତ ଓଡିଶା ବାହାରେ ତାହାର ଅନେକ ମାମଲାରେ ସେ ଜଡିତ ରହିଥିବା ପୂର୍ବରୁ ପ୍ରକାଶ । ତେଣୁ ପାଟଣାଗଡ ଅଞ୍ଚଳରେ ଭଲଭାବେ ପରିଚିତ ଏହି କୁଖ୍ୟାତ ଡକାୟତ ଏତେଦିନ ପରେ ପୁଣି ସ୍ଥାନୀୟ ଅପରାଧୀମାନଙ୍କୁ ସଂଗଠିତ କରି ଏହା ଘଟାଇଥିବା ଆଶଙ୍କାକୁ ଏଡାଇ ଦିଆଯାଇ ପାରୁନାହିଁ । ତେବେ ଦେଖାଯାଉ , ଏହି ବିପୁଳ ସୁନାଅଳଙ୍କାର ଲୁଟ୍ ମାମଲାରେ ପାଟଣାଗଡ ବନାମ ବଲାଙ୍ଗୀର ପୁଲିସ୍ ସେହି ମାଲ୍ ମତାକୁ ଜବତ କରିବା ସହ କେତେଦୂର ଅସଲ ଡକାୟତଙ୍କୁ ଗିରଫ କରିବାରେ ସମର୍ଥ ହେଉଛି  !


News Comment




Photo in News

Advertisment
Lastest News
  ଜିଲ୍ଲା  
ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   10-Oct-2026
  ଜିଲ୍ଲା  
ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   10-Oct-2026
  ଜିଲ୍ଲା  
ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକ ହତ୍ୟାକୁ ମାସେ ପୁରିଲା ପୁଲିସ ହାତ ଖାଲି   10-Oct-2026
  ଜିଲ୍ଲା  
ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ରେ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   09-Oct-2026
  ଜିଲ୍ଲା  
ଛାତ୍ର ସଂସଦ ନିର୍ବାଚନ: ସରିଲା ନାମାଙ୍କନ♦️ କଣ୍ଟାମାଳ କଲେଜ ରୁ ୧୮ଜଣ କଲେ ନାମାଙ୍କନ ୫ଜଣ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ, ଜଣଙ୍କ ପ୍ରାର୍ଥୀପତ୍ର ନାକଚ   09-Oct-2026
  ରାଜ୍ୟ  
ବାଦ୍ ପଡ଼ିଥିବା ଏବଂ ପ୍ରଥମ ଥର/ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ   09-Oct-2026
  ଜିଲ୍ଲା  
ବରଗଡ଼ର ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱର ଦଲିଲୀକରଣ ପାଇଁ ଜାତୀୟ ଆଲୋଚନାଚକ୍ର   09-Oct-2026
  ଜିଲ୍ଲା  
ସାମାଜିକ ଗଣମାଧ୍ୟମରେ ଉଦୀୟମାନ ଧାରା ଉପରେ ପ୍ରଥମ ଅଧିବେଶନ - ସରକାରୀ ସଂଚାରରେ ନୂତନ ପ୍ରଯୁକ୍ତି, ତଥ୍ୟର ସତ୍ୟତା ଓ ଜନସହଭାଗିତା ଉପରେ ଗୁରୁତ୍ୱ   09-Oct-2026
  ଜିଲ୍ଲା  
୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ   09-Oct-2026
  ଜିଲ୍ଲା  
ଓଡ଼ିଶା ସୂଚନା ସେବା (OIS) ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ସୋସିଆଲ ମିଡିଆ ଟ୍ରେଣ୍ଡ ଏବଂ AI-ଆଧାରିତ ସଂଚାର ଉପରେ ଆଲୋଚନା   09-Oct-2026
  ଜିଲ୍ଲା  
*ଝରୀଗୁଡା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ଗଛରେ ପିଟିଲା ଅଲଟୋ କାର୍, ସ୍ୱାମୀ-ସ୍ତ୍ରୀ ମୃତ*   09-Oct-2026
  ଜିଲ୍ଲା  
ସୁଦୀପ କୁମାର ତ୍ରିପାଠୀ♦️ ମାନବିକତାର ଜ୍ୱଳନ୍ତ ଉଦାହରଣ - ୩୨ ଦିନର ଶିଶୁକୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ   09-Oct-2026

You Might Also Like