-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
26-Nov-2020
ବଲାଙ୍ଗୀର,(ପ୍ରେରଣା ଖବର) :ମୋଦୀ ସରକାରଙ୍କ ସମୟରେ ଦେଶର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେଲାଣି ବୋଲି ବିଭିନ୍ନ ସଂଗଠନ ଅଭିଯୋଗ କରିଛନ୍ତି। ନିଯୁକ୍ତି ଗ୍ୟାରେଣ୍ଟି ଦେବା, ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ଼ ଓ ଚାଷୀ ବିରୋଧୀ ୩ଟି କୃଷି ଆଇନ ବାତିଲ ଦାବିରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଗୁରୁବାର ଭାରତ ବନ୍ଦ ଡାକରା ଦିଆଯାଇଛି।
ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ଜିଲ୍ଲା ସମସ୍ତ ବ୍ଲକ ମାନଙ୍କରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ମିଳିତ ଟ୍ରେଡ୍ ୟୁନିୟନ ପକ୍ଷରୁ ବଲାଙ୍ଗିର ସହରରରେ ସକାଳୁ ସକାଳୁ ସି.ପି.ଆଇ, ଏ.ଆଇ.ଟି.ୟୁ.ସି, ସିଟୁ, ଏଚ.ଏମ.ଏସ ଆଦି ମିଳିତ ଟ୍ରେଡ୍ ୟୁନିୟନର ସଦସ୍ୟମାନେ ସ୍ଥାନୀୟ କଚେରୀ ଛକ ,ଭାଗରଥୀ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆନ୍ଦୋଳନକାରୀମାନେ ମୋଦୀ ସରକାର ଶ୍ରମିକ, କୃଷକ ଓ ଜନ ବିରୋଧୀ ନୀତି ପ୍ରଣୟନ କରୁଛନ୍ତି ବୋଲି ଅଭିଯୋଗ କରି କେନ୍ଦ୍ର ସରକାରକୁ ତୀବ୍ର ସମାଲୋଚନା କରିଥିଲେ। ।
ସେହିପରି କଂଟାବାଞ୍ଜି ସହରରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସ୍ଥାନୀୟ ଇନ୍ଦିରା ଛକ, ଗୋରୁବାଜାର ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରି ରାସ୍ତା ଉପରେ ମଟରସାଇକଲ ରଖି ରାସ୍ତା ଅବରୋଧ କରିଥିଲେ। କଂଟାବାଞ୍ଜି ସହରରେ ଦୋକାନ ବଜାର ବନ୍ଦ ଥିବା ଦେଖାଯାଇଥିଲା । ଆଇନ ଶୃଂଖଳା ପରରିସ୍ଥିତିକୁ ନଜରରେ ରଖି କଂଟାବାଞ୍ଜି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍ରେ ଦେଖିବାକୁ ମିଳିଛି। ଏଠାରେ ଏହି ବନ୍ଦକୁ କଂଗ୍ରେସ ସମର୍ଥନ କରି ପିକେଟିଂ କରିଛି। ଜାତୀୟ ରାଜପଥ ୨୬ର ଦେଓଗାଁ ବସ୍ଷ୍ଟାଣ୍ଡ ଉପରେ କଂଗ୍ରେସ କର୍ମୀମାନେ ଏକତ୍ରିତ ହୋଇ ନାରାବାଜି କରିବା ସହ ଯାନବାହନ ଚଳାଚଳ ବନ୍ଦ କରିଥିଲେ। ବ୍ଲକ୍, ତହସିଲ ଅଫିସ୍ ସହ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଦେଓଗାଁର ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ଅନ୍ୟପକ୍ଷରେ କଂଗ୍ରେସ ଦଳ ର ଜୋନ୍ ସଭାପତି ଓ ବିଧାୟକ ପ୍ରତିନିଧିଙ୍କ ଅଞ୍ଚଳ ବନ୍ଧପଡ଼ାଠାରେ ସମସ୍ତ ଦୋକାନ ଖୋଲା ରହିଥିବାରୁ ଦେଓଗାଁ କଂଗ୍ରେସର ସଂଗଠନକୁ ନେଇ ଆଲୋଚନା ହେଉଛି। ଅନ୍ୟର ଦୋକାନକୁ ବନ୍ଦ କରି ନିଜ ଅଞ୍ଚଳର ବ୍ୟବସାୟିକ ସ୍ଥଳ ଖୋଲା ରଖିବା କେତେ ଯୁକ୍ତିଯୁକ୍ତ ବୋଲି ଦୋକାନୀମାନେ ପ୍ରଶ୍ନ କରିଛନ୍ତି। ଆଜିର ଏହି ବନ୍ଦ ପାଳନରେ ଦେଓଗାଁର କଂଗ୍ରେସ ନେତା ଜନ୍ମେଜୟ ସାହୁ, ପପୁ ପାତ୍ର, କୁନା ସାହୁ, ସମୀର ସାହୁ, ପିଣ୍ଟୁ ପୋଡ଼, ଜଗୁ ସାହୁଙ୍କ ସହ ଅନେକ କଂଗ୍ରେସ କର୍ମୀ ସାମିଲ ଥିଲେ।