-+91-9937148622 |

prerana_bgr@rediffmail.com |

  Wednesday 2nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   (02-Sep-2026)       ||      ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   (02-Sep-2026)       ||      ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   (02-Sep-2026)       ||      ଏମ୍‌ସିଏଲ୍ ଦ୍ୱାରା ଇବ୍ ଭ୍ୟାଲି ୱାଶେରୀଠାରେ ୪,୦୦୦ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ସାଇଲୋର ଶୁଭାରମ୍ଭ   (02-Sep-2026)       ||      ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   (02-Sep-2026)       ||      ତୁଷୁରା ସ୍ବାୟତ୍ତ ଶାସନ ଦିବସରେ ସମ୍ବର୍ଦ୍ଧିତ ହେଳେ ଧରିତ୍ରୀ ସାମ୍ବାଦିକ   (02-Sep-2026)       ||      ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   (01-Sep-2026)       ||      ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (01-Sep-2026)       ||      ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   (01-Sep-2026)       ||      ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   (01-Sep-2026)       ||      ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   (01-Sep-2026)       ||      ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   (01-Sep-2026)       ||      ଭଗବତୀ କୌଶଲ୍ୟା  ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ଙ୍କ ଶପଥ ଗ୍ରହଣ ଉତ୍ସବ    (01-Sep-2026)       ||      ବଲାଙ୍ଗୀରରେ ମହିଳାଙ୍କ ପରିବେଶ ସଚେତନତା : ସ୍କୁଲ ପରିସରରେ ବୃକ୍ଷରୋପଣ   (01-Sep-2026)       ||      ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   (01-Sep-2026)       ||      ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   (01-Sep-2026)       ||      ସମ୍ବଲପୁରର ଅଜ୍ଞାତ ଇତିହାସ, ଐତିହ୍ୟ ଓ ସଂସ୍କୃତି ଉପରେ ଜାତୀୟ ସମ୍ମିଳନୀ ସଂସ୍କୃତି ସଭ୍ୟତାର ପ୍ରୟୋଗଶାଳା ହେବ ସମ୍ବଲପୁର ଜିଲ୍ଲା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ଇତିହାସକାର ଶିବ ପ୍ରସାଦ ଦାସଙ୍କ ୧୨୫ତମ ଜୟନ୍ତୀ ପାଳିତ   (01-Sep-2026)       ||      ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ    (31-Aug-2026)       ||      ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||     

HOME   ଜିଲ୍ଲା

ପ୍ରକାଶ ପାଇଲା କଳାହାଣ୍ଡି ବିଶ୍ୱ ବିଦ୍ୟାଳୟର ପ୍ରଥମ ପରୀକ୍ଷା ଫଳ

30-Jul-2022



କଳାହାଣ୍ଡି (ପ୍ରେରଣା ଖବର) ନୂତନ ଭାବରେ ପ୍ରତିଷ୍ଠିତ ହୋଇଥିବା କଳାହାଣ୍ଡି ବିଶ୍ୱବିଦ୍ୟାଳୟର ପ୍ରଥମ ସ୍ନାତୋକତ୍ତର ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଛି । ପ୍ରତିଷ୍ଠା ସମୟରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ୬ଟି ସ୍ନାତକତ୍ତୋର ବିଭାଗରେ ୨୦୨୦ମସିହାରେ ନାମ ଲେଖାଯାଇଥିଲା । ଏହି ୬ଟି ବିଷୟ ହେଲା ଅର୍ଥଶାସ୍ତ୍ର, ଇଂରାଜୀ, ଭୂଗୋଳ, ଇତିହାସ, ଓଡିଆ ଏବଂ ରାଜନୀତି ବିଜ୍ଞାନ । ଏହି ୬ଟି ବିଭାଗରେ ସର୍ବମୋଟ ୧୧୨ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ ସେଥିମଧ୍ୟରୁ ୯୨ଜଣ କୃତକାର୍ଯ୍ୟ ହୋଇଛନ୍ତି । ଅର୍ଥଶାସ୍ତ୍ରରେ ୩୨ଜଣ ରୁ ୨୫ଜଣ ପାସ୍ କରିଥିବା ବେଳେ ୨୩ଜଣ ପ୍ରଥମ ଶ୍ରେଣୀରେ, ୦୨ଜଣ ଦ୍ୱିତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ବେଳେ ୦୨ଜଣଙ୍କର ରେଜଲ୍ଟ ବିଭିନ୍ନ କାରଣରୁ ପ୍ରକାଶିତ ହୋଇପାରି ନାହିଁ । ଇଂରାଜୀ ବିଭାଗରେ ୧୬ଜଣ ପରୀକ୍ଷା ଦେଇ ଯେଉଁ ୧୫ଜଣ କୃତକାର୍ଯ୍ୟ ହୋଇଛନ୍ତି ସେମାନେ ସମସ୍ତେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଭୂଗୋଳ ବିଭାଗରେ ୧୬ଜଣ ରୁ ୧୧ଜଣ ପାସ୍ କରିଥିବା ସ୍ଥଳେ ସମସ୍ତେ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି । ଇତିହାସ ବିଭାଗରେ ୧୬ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏଥିମଧ୍ୟରୁ ୧୩ଜଣ ପ୍ରଥମ ଶ୍ରେଣୀ ଏବଂ ଜଣେ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିଭଳି ଓଡିଆ ବିଭାଗରେ ୧୬ଜଣରୁ ୧୫ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଜଣଙ୍କର ଫଳ ପ୍ରକାଶିତ ହୋଇ ନାହିଁ । ରାଜନୀତି ବିଜ୍ଞାନରେ ୧୬ଜଣରୁ ୧୨ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ୨ଜଣଙ୍କର ଫଳ ପ୍ରକାଶିତ ହୋଇନାହିଁ । ଏମ୍‌. ଏସ୍‌. ଡବ୍ଲୁ. ବିଭାଗରେ ୩୮ଜଣ ପରୀକ୍ଷା ଦେଇ ଥିଲେ ଏବଂ ସେଥିରୁ ୩୧ଜଣ ପ୍ରଥମ ଶ୍ରେଣୀ ଓ ଜଣେ ଦ୍ୱିତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି । ଅର୍ଥଶାସ୍ତ୍ରରେ ଦିପ୍ତିମୟୀ ଭୋଇ (୭୭.୩୦%), ଇଂରାଜୀରେ ଶ୍ରାବଣୀ ବାନାର୍ଜୀ(୭୭.୭୦%), ଭୂଗୋଳରେ ରୋମିଆ ଭୋଇ(୭୭.୨୦%), ଇତିହାସରେ ଦୀପାଲୀ ରଣା(୭୭.୨୦%), , ଓଡିଆରେ ଅଳକା ସେଠ୍‌(୮୦.୨୦%) ଏବଂ ରାଜନୀତି ବିଜ୍ଞାନରେ ଅମ୍ବିକା ରଣା (୭୭.୫୦%), ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏମ୍‌.ଏସ୍‌.ଡବ୍ଲୁ. ରେ ଅନୁପମା ରଥ (୮୪.୦୮%) ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ପୂର୍ବତନ ସରକାରୀ ମହାବିଦ୍ୟାଳୟ ଭବାନୀପାଟଣାର ଯୁକ୍ତ ୩ ଶେଷ ବର୍ଷର ପରୀକ୍ଷା ଫଳ ମଧ୍ୟ ଆଜି ପ୍ରକାଶିତ ହୋଇଛି । କଳା ବିଭାଗରେ ସର୍ବମୋଟ ୨୯୭ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୧୬ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏଥିରେ ୭୨.୭୨ପ୍ରତିଶତ ଛାତ୍ର ଛାତ୍ରୀକୃତକାର୍ଯ୍ୟ ହୋଇଛନ୍ତି । ସେହିପରି ବାଣିଜ୍ୟ ବିଭାଗରେ ସର୍ବମୋଟ ୧୧୮ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ ଏବଂ ୬୧ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏଥିରେ ୩୩ଜଣ ପ୍ରଥମ ଶ୍ରେଣୀ ଓ ୨୮ଜଣ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୪ଜଣଙ୍କର ଫଳାଫଳ ବିଭିନ୍ନ କାରଣରୁ ପ୍ରକାଶିତ ହୋଇ ନାହିଁ । ଏହି ବିଭାଗରେ ୫୧.୬୯ପ୍ରତିଶତ ଛାତ୍ର ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ବିଜ୍ଞାନରେ ୧୮୧ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୧ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏହି ବିଭାଗରେ ୭୭.୯୦ପ୍ରତିଶତ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ମାନବ ଶାସ୍ତ୍ରରେ କୃତିକା ସିଂହ, ଅର୍ଥଶାସ୍ତ୍ରରେ ବବଳୀ ସାହୁ, ଶିକ୍ଷାରେ ପୁଣ୍ୟପ୍ରଭା ଦାସ, ଇଂରାଜୀରେ ପଲ୍ଲବୀ ରାଉତ, ଭୂଗୋଳରେ ରମାକାନ୍ତ ଶିକା, ଇତିହାସରେ ଦମୟନ୍ତୀ ବାଗ, ଓଡିଆରେ ନିଖିଲେଶ ବେହେରା, ରାଜନୀତି ବିଜ୍ଞାନରେ ପୁରୁଷୋତ୍ତମ ରଥୀ, ସଂସ୍କୃତରେ ମିଳି ମେହେର, ସମାଜ ବିଜ୍ଞାନରେ ସୌମ୍ୟ ସୁଚରିତା ରାଏଗୁରୁ, ବାଣିଜ୍ୟରେ ବିଭୂଷା ବ୍ୟାସ, ଉଦ୍ଭିଦ ବିଜ୍ଞାନରେ ସୌମ୍ୟାଶ୍ରୀ ମେରଲି, ରସାୟନ ବିଜ୍ଞାନରେ ଅଲିଭା ଯୋଷୀ, କମ୍ପୁଟର ବିଜ୍ଞାନରେ ରୋହନ୍ ପ୍ରଧାନ, ଗଣିତରେ ଟଙ୍କଧର ମେହେର, ପଦାର୍ଥ ବିଜ୍ଞାନରେ ଇମାନ ପଣ୍ଡା ଜୀବ ବିଜ୍ଞାନରେ ମଧୁସ୍ମିତା ହରପାଳ, ବି.ବି.ଏ. ରେ ଗୋସ୍ୱାମିନୀ ଗହିର, ବି.ସି.ଏ .ରେ ଦୀପେନ୍ଦ୍ର କୁମାର ରାଉତ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । କଳା ବିଭାଗରେ ସମାଜ ବିଜ୍ଞାନର ସୌମ୍ୟ ସୁଚରିତା ରାଏଗୁରୁ (୮୪.୧୯% )ପ୍ରଥମ ହୋଇଛନ୍ତି, ବାଣିଜ୍ୟ ବିଭାଗରେ ବିଭୂଷା ବ୍ୟାସ(୮୦.୯୫%) ଏବଂ ବିଜ୍ଞାନ ବିଭାଗରେ ଇମାନ ପଣ୍ଡା (୯୩.୩୮%) ସର୍ବୋଚ୍ଚ ନମ୍ବର ରଖିଛନ୍ତି । ବିଜ୍ଞାନର ଇମାନ ପଣ୍ଡା ସର୍ବୋଚ୍ଚ ୯୩.୩୮ପ୍ରତିଶତ ମାର୍କ ରଖି ଶ୍ରେଷ୍ଠ ସ୍ନାତକ ବିବେଚିତ ହୋଇଛନ୍ତି । ପ୍ରକାଶଥାଉକି ଏବର୍ଷ ଓଡ଼ିଶା ସରକାର ଅଗଷ୍ଟ୧୫ ଭିତରେ ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ କଡା ନିର୍ଦ୍ଦେଶ ଦେଇଥିଲେ । ସେଥିପାଇଁ କଳାହାଣ୍ଡି ବିଶ୍ୱବିଦ୍ୟଳୟର କର୍ତ୍ତୁପକ୍ଷ ଅବଧି ପୂର୍ବରୁ ପରୀକ୍ଷା ଫଳ ପ୍ରକାଶନ ପାଇଁ ଯତ୍ନବାନ ହୋଇଥିଲେ । କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ମାନ୍ୟବର କୁଳପତି ସଞ୍ଜୟ କୁମାର ଶତପଥି, କୁଳସଚୀବ ପିତାମ୍ବର ଭୋଇ ଏବଂ ଚ୍ୟାୟରମେନ୍ ପି.ଜି. କାଉନ୍‌ସିଲ୍ ଜୟଦେବ ସାହୁ, ସି.ଓ.ଏଫ୍‌. ସୁରେଶ ପିଡିସିକା ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ମଲିକ, ପରୀକ୍ଷା ଓ.ଏସ୍‌.ଡି. କୈଳାସ ଚନ୍ଦ୍ର ଦାସ, ସହକାରୀ ପରୀକ୍ଷା ନିୟନ୍ତ୍ରକ ଡା. ଚିତ୍ତରଞ୍ଜନ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ଶୁଭେଚ୍ଛା ଜ୍ଞାପନ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   02-Sep-2026
  ଜିଲ୍ଲା  
ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   02-Sep-2026
  ଜିଲ୍ଲା  
ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   02-Sep-2026
  ଜିଲ୍ଲା  
ଏମ୍‌ସିଏଲ୍ ଦ୍ୱାରା ଇବ୍ ଭ୍ୟାଲି ୱାଶେରୀଠାରେ ୪,୦୦୦ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ସାଇଲୋର ଶୁଭାରମ୍ଭ   02-Sep-2026
  ଜିଲ୍ଲା  
ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   02-Sep-2026
  ଜିଲ୍ଲା  
ତୁଷୁରା ସ୍ବାୟତ୍ତ ଶାସନ ଦିବସରେ ସମ୍ବର୍ଦ୍ଧିତ ହେଳେ ଧରିତ୍ରୀ ସାମ୍ବାଦିକ   02-Sep-2026
  ଜିଲ୍ଲା  
ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   01-Sep-2026
  ଜିଲ୍ଲା  
ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   01-Sep-2026
  ରାଜ୍ୟ  
ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   01-Sep-2026
  ଜିଲ୍ଲା  
ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   01-Sep-2026
  ଜିଲ୍ଲା  
ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   01-Sep-2026
  ଜିଲ୍ଲା  
ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   01-Sep-2026

You Might Also Like