-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
30-Jul-2022
ବଲାଙ୍ଗିର /ପେଟପାଟଣା ପାଇଁ ଦାଦନ ଖଟିଯିବl ଓ ଶେଷରେ ଆଖି ବୁଜିବା ନିହାତି ଭାବେ ଏକ ଦୁଃଖଦ ଘଟଣା l ତେବେ ଦାଦନ ଶ୍ରମିକର ମୃତ୍ୟୁ ପରେ ଏହି ଶ୍ରମିକର ପରିବାର ଆର୍ଥିକ ଅନଟନ ମାଧରେ ଜୀବନ ବିତାଉଛନ୍ତି l ଜିଲ୍ଲା ଶ୍ରମ ବିଭାଗ ମଧ୍ୟ ମୃତ ଶ୍ରମିକଙ୍କ ପରିବାରକୁ କୌଣସି ଆର୍ଥିକ ସହଯୋଗ କିମ୍ବା ସରକାରୀ ସହାୟତା ପ୍ରଦାନ କରି ନାହିଁ l ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଧାଇଁ ଧାଇଁ ନୟାନ୍ତ ହେଲା ପରେ ଏହି ପରିବାର ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି l ଏପରି କିଛି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଧାତୁକ ଗ୍ରାମ ରେ l ଏହି ଗ୍ରାମର ଭଗବତୀ ବାଗଙ୍କ ବାପା ଶଙ୍କର ବାଗଙ୍କ ମୃତ୍ୟୁ ହୋଇଛି l ସବୁଠାରୁ ଦୁଖଃର ବିଷୟ ହେଲା, ମୃତକଙ୍କ ଝିଅ ଦୀର୍ଘ ଏକ ବର୍ଷ ହୋଇ ଗଲାଣି ଜିଲ୍ଲା ଶ୍ରମ କାର୍ଯ୍ୟଲୟରେ କାଗଜପତ୍ର କରି ଥିଲେ ମଧ୍ୟ ତାଙ୍କୁ କୌଣସି ଆର୍ଥିକ ସହାୟତା ମିଳିପାରି ନାହିଁ l ହେଲେ ସେଥିପାଇଁ ଆଜି ମୃତକଙ୍କ ପରିବାର ବଲାଙ୍ଗିର ଜିଲ୍ଲାପଲଙ୍କ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି l ସରକାରୀ ସ୍ତରରେ ଯେ କୌଣସି ସାହାଯ୍ୟ ସହଯୋଗ ପ୍ରଦାନ କରିବାକୁ ମୃତକଙ୍କ ପରିବାର ଜିଲ୍ଲାପାଳଙ୍କ ଠାରେ ନିବେଦନ କରିଛନ୍ତି l