-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
19-Jul-2022
ବଲାଙ୍ଗୀର(ପ୍ରେରଣା ଖବର), ଆଜି ସଂଧ୍ୟା ୭ଟା ସମୟରେ ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ମନହୀରା ପଂଚାୟତର ବଘାପାଲି ଗାଁ ର ଦୁଇ ଜଣ ଯୁବକ ବାଇକ୍ ରେ ଯାଉଥିବା ସମୟରେ ରାସ୍ତାରେ ବାଇକ୍ ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆଜି ସଂଧ୍ୟା ପ୍ରାୟ ୭ଟା ସମୟରେ
ବଘାପାଲି ଗାଁ ର ଅର୍ଜୁନ ଭୋଇ(୧୯) ଓ ମଳୟ ବଡକା(୨ଠ) ବାଇକ୍ ରେ ଲୋଇସିଂହାରୁ ବଲାଙ୍ଗୀରତ ଯାଉଥିବା ସମୟରେ ଲୋଇସିଂହା ନିକଟସ୍ଥ ବନ୍ଧବି ପଡା ଠାରେ ବାଇକ୍ ଟି ଭାରସାମ୍ୟ ହରାଇ ରାସ୍ତାରେ ପଡିଯାଇଥିଲା । ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର ଆହାତ ହୋଇଛନ୍ତି । ଏମାନଙ୍କୁ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଛି । ପ୍ରଥମେ ଗୁରତର ଅବସ୍ଥାରେ ଦୁଇ ଯୁବକଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସାମୋନଙ୍କୁ ବୁର୍ଲା ମେଡିକାଲକୁ ରେଫର କିଛନ୍ତି ।