-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
19-Jul-2022
ବଲାଙ୍ଗିର //ଗରମ ପାଣିରେ ପୋଡି ଜଣେ ୪ ବର୍ଷର ଝିଅ ଗୁରୁତର ହୋଇ ବଲାଙ୍ଗିର ସରକାରୀ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି l ଏପରି କିଛି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଆମ୍ ଝରନ୍ ଗାଁ ରେ l ସୂଚନାରୁ ପ୍ରକାଶ ଯେ, ଆମ୍ ଝରନ୍ ଗାଁ ର ସ୍ୱପ୍ନl ଛାତ୍ରୀ ଆ ନିଜ ଘରେ ଖେଳୁଥିବା ବେଳେ ଏହି ଅଘଟଣ ଘଟିଛି l ନିଜ ବଡ ଭଉଣୀ ରୀନା ଛାତ୍ରୀଆ ଗରମ ପାଣି ଧରି ଆସୁଥିବl ସମୟରେ ସ୍ୱପ୍ନl ଦେହରେ ତାହା ଅଜାଡି ହୋଇପଡିଥିଲା l ଗରମ ପାଣିରେ ସ୍ୱପ୍ନର ଶରୀରର ଅନେକ ସ୍ଥାନ ପୋଡି ହୋଇଯାଇଛି l ଗୁରୁତର ଅବସ୍ଥାରେ ସ୍ୱପ୍ନlକୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ର ବର୍ଣ୍ଣ ୟୁନିଟ୍ ରେ ଭର୍ତି କରାଯାଇଛି l