-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
21-Jun-2022
ବରଗଡ(ନିରଞ୍ଜନ ତ୍ରିପାଠୀ): ବରଗଡ ଜିଲ୍ଲା ରାଜ ବୋଡାସମ୍ବର ପଞ୍ଚାୟତ ସମିତି ଅଧିନସ୍ଥ ପୁରେନା ଗ୍ରାମର ତେଲିକଟା ଟି ବହୁ ଦିନରୁ ସରକାରୀ ହୋଇଥିଲେ ମଧ୍ୟ କିଛି ଖଳପ୍ରକୃତିର ଲୋକ ଏହାକୁ ନିଜର ବୋଲି ଦାବୀ କରିଆସୁଥିଲେ ।ହେଲେ ଗତକାଲି ବ୍ଳକ ବିଡ଼ିଓ ଙ୍କୁ ପୁରେନା ଗ୍ରାମପଞ୍ଚାୟତ ର ନାଏବ ସରପଞ୍ଚ ଶ୍ରୀ ଭୁବନ୍ୟୁ ସାହୁ ଏହି ତେଲିକଟା ରେ ମାଟି କାମ କରାଯିବାକୁ ଅନୁରୋଧ କରିବାରୁ ନିଜେ ଖୋଦ ବିଡ଼ିଓ ମହାଶୟ
ପରିଦର୍ଶନ ପାଇଁ ଆସିଥିଲେ । ବିଡ଼ିଓ ଏଠାକାର ଜିଆରଏସ ଙ୍କ ତତ୍ତ୍ଵାବଧାନରେ ମାଟି କାମ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ପରିଦର୍ଶନ ବେଳେ ଗ୍ରାମର ବହୁସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ ।ଏହି ମାଟି କାମ ହେଲେ ଚାଷୀ ଠାରୁ ଆରମ୍ଭ କରି ଗ୍ରାମବାସୀ ଅନେକ ଲାଭବାନ ହେବେ ବୋଲି ବିଡ଼ିଓ ହୃଦୟଙ୍ଗମ କରି ପାରିଥିଲେ ।