-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗୀରରେ ଯୁବତୀ ଚାଲାଣ ସକ୍ରିୟ ବିବାହର ପ୍ରଲୋଭନ ଦେଖାଇ ୭ଠ ହଜାର ଟଙ୍କା ଚୁନା ଲଗାଇ ଦଲାଲ ଫେରାର

21-Nov-2020



ବଲାଙ୍ଗୀର,୨୧/୧୧(ପ୍ରେରଣା ଖବର)- ବଲାଙ୍ଗୀର ସହରର ଉପାନ୍ତ ଅଂଚଳରେ ବସବାସ କରୁଥିବା ଗରିବ ଶ୍ରେଣୀର ଝିଅ ମାନଙ୍କୁ ଦେଖାଇ ବିବାହ କରାଇ ଦେବା ନାଁ ରେ ବାହ୍ୟ ରାଜ୍ୟର ଯୁବକ ମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରି ଦଲାଲ ଫେରାର ମାରିଥିବା ଘଟଣାରେ ବାହର ରାଜ୍ୟର ଦୁଇ ଜଣ ଯୁବକ ଆଜି ଟାଉନ ଥାନାରେ ଆସି ଲିଖିତ ଅଭିଯୋଗ କରିଛନ୍ତି । 
   ସୂବନାରୁ ପ୍ରକାଶ ଯେ, ଜନୈକ ଦୀପକ ମିଶ୍ର ନାମକ ବ୍ୟକ୍ତି ମଧ୍ୟପ୍ରଦେଶର ସାଗର ଜିଲ୍ଲା, ଥାନା ସାୟଗଡ଼ ନିକଟସ୍ଥ ନିବାଇ ଗ୍ରାମର ଦୁଇ ଜଣ ଯୁବକ କିଶୋରୀ ପାଲ(୨୪) ଓ ରାଜଭାନ ପାଲ(୨୭)ଙ୍କୁ ବିବାହ କରାଇ ଦେବାର ପ୍ରଲୋଭନ ଦେଖାଇ ପ୍ରଥମେ ୪ଠହଜାର ଟଙ୍କା ଏବଂ ପରେ ୩ଠହଜାର ଟଙ୍କା ଚୁନା ଲଗାଇ ଫେରାର ହୋଇଯାଇଥିବା ପରି ଏକ ଗୁରୁତର ଅଭିଯୋଗ ହୋଇଛି । ଯୁବକ ଦ୍ୱୟଙ୍କ କହିବା ଅନୁଯାୟୀ ଦୀପକ  ମିଶ୍ର ନାମକ ଏକ ବ୍ୟକ୍ତି ଏହି ଦୁଇ ଯୁବକଙ୍କୁ ବଲାଙ୍ଗୀରରେ ଝିଅ ଅଛନ୍ତି, ବିବାହ କରାଇ ଦେବି କହି ବଲାଙ୍ଗୀରକୁ ଡାକିଥିଲା । ସେମାନେ ୧୯ ତାରିଖରେ ବଲାଙ୍ଗୀରରେ ପହଞ୍ଚିବା ପରେ ପ୍ରଥମେ ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଥିବା ସାହୁ ଲଜ୍‌ରେ ରଖିଥିଲା ପରେ ଏମାନେ ଦୀପକ ସହ ଝିଅ ଘରକୁ ଝିଅ ଦେଖିବା ପାଇଁ ଯାଇଥିଲେ ।  ବାପା ମାଁ ଘରେ ନଥିବାରୁ ସାନ ଝିଅ ସେମାନଙ୍କୁ ଝିଅର ଫଟୋ ଦେଖାଇ ପରେ ଆସିବା ପାଇଁ କହିଥିଲେ । ପୁଣି ଅପରାହ୍ନରେ ଦୀପକ ଏମାନଙ୍କୁ ଭାଗିରଥୀ ଛକ ତାରା ଲଜ୍‌ରେ ଆଣି ରଖିଥିଲା । 
            
   ଯୁବକଙ୍କ ବୟାନ ମୁତାବକ  ଦୀପକ ପୂର୍ବରୁ  ମଧ୍ୟପ୍ରଦେଶର ବିଭିନ୍ନ ଜିଲ୍ଲାକୁ ଏଠାରୁ ଝିଅ ବାହା କରାଇ ପଠାଉଥିବାର ଖବର ପାଇ ଏମାନେ ଦୀପକ ସହ ଯୋଗାଯୋଗ କରିଥିଲେ ।  ୧୯ ତାରିଖ ସଂଧ୍ୟାରେ ଦୀପକ ଏମାନଙ୍କ ଠାରୁ ପ୍ରଥମେ ୪ଠ ହଜାର ଟଙ୍କା ନେଇଥିବା ବେଳେ ୨ଠ ତାରିଖ ରେ ୩ଠ ହଜାର ଟଙ୍କା ଝିଅ ଘରକୁ ଦେବି କହି ନେଇ ଚାଲି ଯାଇଥିଲା । ସେହି ଦିନ ସଂଧ୍ୟାରେ ଆସନ୍ତା କାଲି ବିବାହ ହେବ କହି ଝିଅ ପାଇଁ ମଙ୍ଗଳସୂତ୍ର, ଶାଢ଼ୀ ଓ ବିଭିନ୍ନ ବିବାହ ସାମଗ୍ରୀ କିଣିବା ପାଇଁ ପୁଣି ୫ହଜାର ଟଙ୍କା ନେଇଯାଇଥିଲା । ପାଖରେ ପଇସା ନଥିବା ଯୋଗୁଁ ଏମାନେ ଗାଁ ର ସଂପର୍କୀୟ ମାନଙ୍କ ଠାରୁ ଟଙ୍କା ମଗାଇ ଥିଲେ । ୨୧ ତାରିଖ ଦିନ ଯୁବକ ଦ୍ୱୟ ଦୀପକକୁ ଫୋନ କରିବାରୁ ଚେରୁପାଲି ଗ୍ରାମକୁ ଆସିବା ପାଇଁ କହିଥିଲା । ଚେରୁପାଲିରେ ପହଂଚି ଫୋନ କରିବାରୁ ଦୀପକ ଆଉ ଫୋନ୍ ଉଠାଇ ନଥିଲା । ବାରମ୍ବାର ଫୋନ ପରେ ମଧ୍ୟ କୌଣସି ଯୋଗାଯୋଗ ହୋଇ ନପାରିବାରୁ ବାଧ୍ୟ ହୋଇ ଏମାନେ ବଲାଙ୍ଗିର ଟାଉନ ଥାନାରେ ଦୀପକ ନାଁ ରେ ଏକ ଲିଖିତ ଅଭିଯୋଗ ଦାୟର କରିଥିଲେ । ଏମାନଙ୍କ ଲିଖିତ ଅଭିଯୋଗକୁ ଆଧାର କରି ଟାଉନ ଥାନାରେ ଠକେଇ ମାମଲା କେଶ ନଂ ୫ଠ୬, ଦଫା ୪୨ଠ ଓ ୩୪ ଆଇପିସି ରେ କେଶ ରୁଜୁ କରି ଯୁବତୀ ଚାଲାଣ ର‌୍ୟାକେଟର ପୋଲିସ ତଦନ୍ତ ଚଲାଇଛି । ଉପରୋକ୍ତ ବିଷୟକୁ ନେଇ ଟାଉନ ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ ଏହି କେଶ ର ତଦନ୍ତ କରି ଖୁବ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି କହିଛନ୍ତି । 
   ଏପଟେ ଏହି ଯୁବକ ଦ୍ୱୟଙ୍କୁ ଜୀବନରେ ମାରି ଦେବା ପାଇଁ ଦୀପକ ଧମକ ଦେଇଥିବା ବିଷୟ ଏମାନେ ଅଭିଯୋଗ କରି ନ୍ୟାୟ ମିଳିବା ତଥା ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଅଭିଯୋଗ କରିଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026

You Might Also Like