-+91-9937148622 |
prerana_bgr@rediffmail.com |
Thursday 9th July 2026 |
R.N.I. Regd No. ODIODI/2010/46693
Breaking News
21-May-2022
ବରଗଡ:-ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ବରଗଡ଼ ଏବଂ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆ ଜ୍ କା ପାଇକମାଲ ର ମିଳିତ ସହଯୋଗରେ ଆଶାକର୍ମୀ ମାନଙ୍କ ତାଲିମ ଶିବିର ମଡ୍ୟୁଲ ଛଅ ଓ ସାତ ରାଉଣ୍ଡ -୨ ଆ ଜ୍ କା ତାଲିମ କେନ୍ଦ୍ର ସାଲେପାଲି, ପାଇକମାଲ ଠାରେ ତା. ୧୭.୦୫.୨୦୨୧ ରୁ ଆରମ୍ଭ ହୋଇ ଆଜି ଉଦଯାପିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମ ରେ ବରଗଡ଼ ଜିଲ୍ଲା ର ପାଞ୍ଚଟି ବ୍ଲକ ବରପାଲି , ଅତାବିରା, ଅମ୍ବାଭୋନା ଓ ଝାରବନ୍ଧ ଓ ପଦ୍ମପୁର ରୁ ମୋଟ ୨୮ ଜଣ ଆଶାକର୍ମୀ ଯୋଗଦେଇଥିଲେ । ପ୍ରଶିକ୍ଷକ ଭୁବନେଶ୍ଵର ଦେବତା ଏବଂ ଲିଳାମୟ ବେହେରା ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ ରେ ଶିଶୁର ପୋଷଣ, ଅପପୁଷ୍ଟି,
ସାଧାରଣ ଅସୁସ୍ଥତା, ତରଳ ଝାଡ଼ା ଓ ତାର ପରିଚାଳନା, ରକ୍ତ ହିନତା ଓ ତାର ପରିଚାଳନା ଇତ୍ୟାଦି ବିଷୟବସ୍ତୁ ଗୁଡ଼ିକ ପରିସରଭୁକ୍ତ ଥିଲା । ଏଥିସହିତ ଆଶାକର୍ମୀ ମାନେ କ୍ଷେତ୍ର ପରିଦର୍ଶନରେ ନବଜାତ ଶିଶୁର ଓଜନ, ତାପମାତ୍ରା ମାପିବା ସହିତ ରେପିଙ୍ଗ କରିବା ଓ ହାତଧୁଆ କୌଶଳ ଗୁଡ଼ିକ ପ୍ରଦର୍ଶନ କରିଥିଲେ ।
ଆ ଜ୍ କା ଅନୁଷ୍ଠାନର ପ୍ରୋଗ୍ରାମ କୋଅର୍ଡିନେଟର ନିତ୍ୟାନନ୍ଦ ଜେନା ତାଲିମ କାର୍ଯ୍ୟକ୍ରମ ର ସୁପରିଚାଳନା କରିଥିବାବେଳେ ଯୁଗଳ କିଶୋର ନାୟକ ଏବଂ କୁମୁଦିନୀ ପ୍ରଧାନ ସହଯୋଗ କରିଥିଲେ । ଶେଷରେ ପ୍ରୋଗ୍ରାମ କୋଅର୍ଡିନେଟର ସମସ୍ତଙ୍କୁ ଧନ୍ୟବାଦ ଜଣାଇ ତାଲିମ କାର୍ଯ୍ୟକ୍ରମ କୁ ସମାପ୍ତି ଘୋଷଣା କରିଥିଲେ ।