-+91-9937148622 |
prerana_bgr@rediffmail.com |
Saturday 18th July 2026 |
R.N.I. Regd No. ODIODI/2010/46693
Breaking News
15-May-2022
ପାଟଣାଗଡ଼ (ରୁପେନ୍ଦ୍ର ମୁଣ୍ଡା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହରିଶଙ୍କର ଠାରେ ତିନିଦିନ ଧରି ଚଳିଥିବା ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଲା ପ୍ରଦର୍ଶନୀ ପଡିଆ ଠାରେ ଆତ୍ମା ବଲାଙ୍ଗୀର , ମିଶନ ଶକ୍ତି , ୱାସନ ଏବଂ ଆୟୋଜକ ୱାଇ.ସି.ଡି.ଏ ଙ୍କ ମିଳିତ ଉଦ୍ୟମରେ କ୍ଷୁଦ୍ରଶସ୍ୟ ଖାଦ୍ୟ ମେଳା ଉତଘାଟିତ ହୋଇଛି । ଉତଘଟନ ଉତ୍ସବକୁ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର କ୍ଷୁଦ୍ର ଶସ୍ୟ ଷ୍ଟଲକୁ ଉଦଘାଟନ କରିଥିଲେ ତାଙ୍କସହ ପଟଣାଗଡ଼ ଉପଜିଲ୍ଲାପାଳ ଡ଼.ବିଜୟନନ୍ଦ ସେଠି, ଖପ୍ରାଖୋଲ ବ୍ଳକ ଅଧକ୍ଷା ନିରୂପମା ପୁଟେଲ,ୱାସନ ଜିଲ୍ଲା ସଂଯୋଜକ ଜୋସବନ୍ତ ନାଏକ , ଦେବସ୍ମିତ ପରିଡା , ୱାଇ. ସି. ଡି. ଏ ବ୍ଳକ ସଂଯୋଜକ ହେମବନ୍ତି ନନ୍ଦନ ବେହେରା , ଉମେଶ ଗୁପ୍ତା , କେ.କେ.ପି.ସି.ଏଲ ସିଇଓ ଗଣେଶ ବନଛୋର ପ୍ରମୁଖ ଉପସ୍ଥିତ ଥିଲେ । ଖୁଦ୍ରଶସ୍ୟ ଖାଦ୍ୟ ମେଳାରେ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ପ୍ରସ୍ତୁତ କରି ଲୋକଙ୍କୁ ଖାଦ୍ୟ ଅଭ୍ୟାସ କରି କିପରି ସୁସ୍ଥ ରହିବେ ତାହା ଉପରେ ସଚେତନତା ବାର୍ତା ମଧ୍ୟ ଦିଆଯାଉଥିବା ଦେଖିବାକୁ ମିଳିଥିଲା । କ୍ଷୁଦ୍ର ଶସ୍ୟ ଖାଦ୍ୟ ମେଳାରେ ପଦ୍ମାବତୀ ବରିହା , ସଂଯୁକ୍ତା ବାଗ , ସଂଜୁଳତା ବରିହା ,ପୁରନ୍ଦର ବନଛୋର ,ଫକୀର ସାହୁ , ପ୍ରମୁଖ ଯୋଗଦାନ ଦେଇଥିଲେ । ଏହି କ୍ଷୁଦ୍ର ଶସ୍ୟ ଖାଦ୍ୟ ମେଳା ଚାରିଦିନ ଧରି ଚାଲିଥିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି ।