-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
03-May-2022
ଲୋଇସିଂହା/ଆଗଲପୁର (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲାର ଆଗଲପୁର ବ୍ଲକର ବବୁଫସାଡ ପଂଚାୟତ ଅନ୍ତର୍ଗତ ବାବୁପାଲି ଗ୍ରାମରେ ଶିକ୍ଷକ ଅଭାବ ଥିବାରୁ ଛାତ୍ରଛାତ୍ରୀ ମାନେ ପାଠ ପଢିବାରେ ବହୁତ୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ସ୍କୁଲରେ ଶିକ୍ଷକ ନଥିବାରୁ ଗ୍ରାମବାସୀ ଓ ସ୍କୁଲ କମିଟି ସ୍କୁଲରେ ତାଲା ପକାଇଛନ୍ତି l ସ୍କୁଲରେ ଆଠଟି ଶ୍ରେଣୀ ଥିବାବେଳେ ଶିକ୍ଷକ ଅଛନ୍ତି ମାତ୍ର ତିନି ଜଣ l ଏ ବିଷୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଲେଖି ଜଣାଇଥିଲେ ସୁଦ୍ଧା କିଛି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି l ପାଠପଢା କୁ ସ୍ୱାଭାବିକ କରିବା ପାଇଁ ଯଥାଶୀଘ୍ର ଶିକ୍ଷକ ନିଯୁକ୍ତି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି l