-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
03-May-2022
ବଲାଙ୍ଗୀର(ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ) ଆଜାଦି କେ ଅମୃତ ମହୋତ୍ସବ ଅବସରରେ ବଲାଙ୍ଗୀର ମାରୱାଡି ସେବା ସଦନ ସଭାଗୃହରେ ଭାରତ ସରକାରଙ୍କ ଅନ୍ନ ଯୋଜନା ଉପରେ ଏକ କର୍ମଶାଳା ଖାଦ୍ୟ ନିଗମ ଦ୍ଵାରା ଗତକାଲି ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭାରତ ସରକାର ଦ୍ଵାରା ପ୍ରଚଳିତ ବିଭିନ୍ନ ଯୋଜନାର ରୂପରେଖା ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, ସ୍ଵାଧୀନତା ର ୭୫ ବର୍ଷରେ ଭାରତ ଖାଦ୍ୟ ଶସ୍ୟରେ ଆତ୍ମନିର୍ଭରଶୀଳ ହୋଇ ପାରିଛି, ଗରିବ ମାନଙ୍କ ପାଇଁ ସରକାରଙ୍କ ଖାଦ୍ୟ ଯୋଗାଣ ଅନ୍ନ ଯୋଜନାରେ ଯୋଗାଇ ଦେଉଥିବା ମୁଣ୍ଡ ପିଛା ୫ କିଲୋ ଗହମ କିମ୍ବା ଚାଉଳ ଓ ଅନ୍ୟ ସମାଗ୍ରୀ ବ୍ୟବସ୍ଥା ହୋଇଥିବା ଦର୍ଶାଇ ଅନ୍ନ ଉପରେ ଗୁରୁତ୍ଵ ଦେଇଥିଲେ। ଭାରତୀୟ ଖାଦ୍ୟ ନିଗମ ମଣ୍ଡଳ କାର୍ଯ୍ୟାଳୟ ଟିଟିଲାଗଡ଼ ପକ୍ଷରୁ ଆୟୋଜିତ ବଲାଙ୍ଗିର ଠାରେ ଅନୁଷ୍ଠିତ ଏହି ଉତ୍ସବରେ ବଲାଙ୍ଗିର ଜିଲ୍ଲା ଯୋଗାଣ ଅଧିକାରୀ ମୀର ରାଜା ଅଲ୍ଲୀ ଅତିଥିଭାବେ ଯୋଗଦେଇ ଅନ୍ନ ଯୋଜନାର ଉପକାରୀତା ଉପରେ ଆଲୋକପାତ କରିଥିଲେ। ଟିଟିଲାଗଡ଼ ମଣ୍ଡଳ ପ୍ରବନ୍ଧକ ବି. ଚନ୍ଦ୍ରମୋହନ ଭାରତ ସରକାରଙ୍କ ତରଫରୁ ଦିଆଯାଉଥିବା ମାଗଣା ଚାଉଳ କରୋନା କାଳରେ ଗରିବ ମାନଙ୍କୁ କିପରି ସହାୟତା କରିଥିଲା ସେ ସମ୍ପର୍କରେ ଅନୁଭୂତି ବର୍ଣ୍ଣନା
କରିଥିଲେ। ଏଫ୍ ସି ଆଇ ମ୍ୟାନେଜର (ଗୁଣ ନିୟନ୍ତ୍ରଣ) ଗୌତମ ସାହୁ ସଭାକୁ ପରିଚାଳନା କରିଥିଲେ।
ଏଥିରେ ଖାଦ୍ୟ ସୁରକ୍ଷା ହିତାଧିକାରୀ, ଏଫ.ସି.ଆଇ. କର୍ମଚାରୀ, କୃଷକ, ଛାତ୍ରଛାତ୍ରୀ ମାନେ ଯୋଗାଇଥିଲେ।