-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Mar-2022
ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ଠାରେ ଦ୍ଵିତୀୟ ତମ ଶ୍ରୀ ଶ୍ୟାମ ମହୋତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଅଛି । ସ୍ଥାନୀୟ ଶ୍ୟାମ ମିତ୍ର ମଣ୍ଡଳ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଏକ ବିଶାଳ ନିଶାନ ଶୋଭାଯାତ୍ରା ସ୍ଥାନୀୟ ଶିବ ମନ୍ଦିର ରୁ ବାହାରି ଝୁମି ଝୁମି ମୁଖ୍ୟ ମୁଖ୍ଯ ରାସ୍ତା ଦେଇ ମହୋତ୍ସବ ସ୍ଥଳ ଅଗ୍ରୱାଲ ଜୈନ ତେରାପଂଥ ଭବନ ପହଞ୍ଚିଥିଲା । ସେଠାରେ ସଜ୍ଜିତ ହୋଇଥିବା ଶ୍ୟାମ ବାବାଙ୍କ ଦରବାର ରେ ଅଲୌକିକ ଶୃଙ୍ଗାର , ଛପ୍ପନ ଭୋଗ ଓ ଅଖଣ୍ଡ ଜ୍ୟୋତି ଲାଗିଥିଲା । ଅରୁଣ ଜୈନ ଓ ତାଙ୍କ ପତ୍ନୀ ରୀମଝିମ ଜୈନ କର୍ତ୍ତା ଦାୟିତ୍ୱ ତୁଲାଇଥିବା ବେଳେ କଣ୍ଟାବାଞ୍ଜି ରୁ ପଣ୍ଡିତ ଆନନ୍ଦ ଶର୍ମା ପହଞ୍ଚି ପୂଜା ଓ ହୋମ କାର୍ଯ୍ୟ ସମ୍ପାଦିତ କରିଥିଲେ । ସ୍ଥାନୀୟ ତଥା ବାହାରୁ ପହଞ୍ଚିଥିବା ଶ୍ୟାମ ଭକ୍ତମାନେ ବାବାଙ୍କ ଦର୍ଶନ କରିବା ସହ ଯଜ୍ଞକୁଣ୍ଡ ରେ ଆହୁତି ଦେଇଥିଲେ । ପରେ ଶ୍ୟାମ ବାବାଙ୍କ ଉପରେ ଆଧାରିତ ଭଜନ ସମାରୋହ ପ୍ରାରମ୍ଭ ହୋଇଥିଲା । ବାହାର ରାଜ୍ୟ ରାୟପୁର ରୁ ଡ଼କା ଯାଇଥିବା ସୁରେଶ ରାଜସ୍ଥାନୀ , ବିନୟ ଅଗ୍ରୱାଲ , ସରାଇପାଳି ରୁ ଖଗେଶ ଦଣ୍ଡସେନା ଏବଂ ମୁଖ୍ୟ ଆକର୍ଷଣ କୁହାଯାଉଥିବା ରାଜସ୍ଥାନ ଜୟପୁର ରୁ ସାକ୍ଷୀ ଅଗ୍ରୱାଲ ପ୍ରମୁଖ ଗୋଟିଏ ପରେ ଗୋଟିଏ ଭଜନ ପରିବେଷଣ କରିଥିଲେ ଯାହାକି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଭକ୍ତ ମାନଙ୍କୁ ବାନ୍ଧି ରଖିଥିଲା । କାର୍ଯ୍ୟକ୍ରମ ରେ ସିନ୍ଧେକେଲା ସମେତ ଆଖପାଖ କୋତମରା ,
କୁଡ଼ସୁଡ଼ , ବୋରଡା , କେଗାଁ , ମହାଲିଙ୍ଗ , ବଙ୍ଗୋମୁଣ୍ଡା , କଣ୍ଟାବାଞ୍ଜି , ଟିଟିଲାଗଡ଼ ଆଦି ଗ୍ରାମରୁ ଶହ ଶହ ଭକ୍ତ ସାମିଲ ହୋଇଥିଲେ । ଶ୍ୟାମ ମିତ୍ର ମଣ୍ଡଳ ର ସଦସ୍ୟ ଗଣ ରୋହନ ଜୈନ , କୁଶଳ ଜୈନ , ଶୁଭମ ଜୈନ , ମୁକେଶ ଜୈନ , ସୁଧୀର ଜୈନ , ରିଙ୍କୁ ଜୈନ , ମନୀଷ ଜୈନ , ଶିତେଷ ଜୈନ , ରାଜେଶ ଜୈନ , ଜଗନ୍ନାଥ ଜୈନ , ବୁଲୁ ଜୈନ , ଡାଳଚନ୍ଦ ଜୈନ , ଅଜୟ ଜୈନ , ଅଜିତ ଜୈନ , ଆଶିଷ ଜୈନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉପଦେଷ୍ଟା ଭାବରେ ସ୍ଥାନୀୟ ତେରାପଂଥ ସଭା ସମ୍ପାଦକ ପ୍ରସନ୍ନ ଜୈନ ଓ ପୂର୍ବତନ ସଭାପତି ସୁନିଲ ଜୈନ ଉପସ୍ଥିତ ରହି ବିଶେଷ ସହଯୋଗ କରିଥିଲେ ।