-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
15-Feb-2022
ବଲାଙ୍ଗୀର : ସ୍ତ୍ରୀ ପାଇଁ ପ୍ରଚାର କରିବା ଶିକ୍ଷକଙ୍କୁ ପଡିଲା ମହଙ୍ଗା । ଶିକ୍ଷକଙ୍କୁ ନିଲମ୍ବିତ କଲେ ବଲାଙ୍ଗୀର ଜିଲ୍ଲାପାଳ । ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀରରୁ ।
ସୂଚନା ଅନୁସାରେ, ବଲାଙ୍ଗୀର ୧୭ ନମ୍ବର ଜୋନ ପୁଇଁନ୍ତଳା ଜିଲ୍ଲା ପରିଷଦ ପ୍ରାର୍ଥୀ ଲିପିକା ପ୍ରଧାନ ବିଜେଡି ପକ୍ଷରୁ ପ୍ରତିଦ୍ବନ୍ଦିତା କରିଛନ୍ତି। ଏବଂ ତାଙ୍କ ସ୍ଵାମୀ ତରନି ସେନ ପ୍ରଧାନ ପେଶାରେ ଜଣେ ସରକାରୀ ଶିକ୍ଷକ ହୋଇ ଥିବାବେଳେ ତାଙ୍କ ପତ୍ନୀଙ୍କ ପାଇଁ ସେ ସାମାଜିକ ଗଣ ମାଧ୍ୟମରେ ପ୍ରଚାର
କରୁଥିବାର ଅଭିଯୋଗ ଆସିଥିଲା। କେବଳ ସେତିକି ନୁହେଁ ସେ ସ୍ତ୍ରୀଙ୍କ ପାଇଁ ଗାଁ ଗାଁ ବୁଲି ପ୍ରଚାର କରୁଥିବାର ମଧ୍ୟ ଅଭିଯୋଗ ମଧ୍ୟ ତାଙ୍କ ବିରୋଧରେ ହୋଇଥିଲା ।
ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପ୍ରଶାସନ । ବିଭିନ୍ନ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ଜିଲ୍ଲାପାଳ ସମ୍ପୃକ୍ତ ଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ସମ୍ପୃକ୍ତ ଶିକ୍ଷକ ଜଣକ ବଲାଙ୍ଗୀର ଜିଲ୍ଲାର ଲୋକାପଡ଼ା ସ୍କୁଲରେ ହିନ୍ଦୀ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ l