-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
13-Feb-2022
ବିନିକା(ହିମାଂଶୁ ଶେଖର ପୁଟେଲ) କୁଷ୍ଠ ନିରାକରଣ ପକ୍ଷ ପାଳନ ଅବସରରେ ଆଜି ସରସ୍ଵତୀ ଶିଶୁ ମନ୍ଦିର ବିନିକା ଠାରେ ଏହାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା ।ସୁବର୍ଣ୍ଣପୁର ଲେପ୍ରା ସୋସାଇଟି ଆନୁକୁଲ୍ୟରେ ଅନୁଷ୍ଟିତ ସାଧାରଣସଭାରେ ଲେପ୍ରା ସୋସାଇଟି ଓଡ଼ିଶାର ଆମ୍ବସେଡର୍ ତଥା ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କୁଷ୍ଠ ନିରାକରଣ ସକାଶେ ଜାଗରୁକତା ଏକାନ୍ତ ଆବଶ୍ୟକ ବୋଲି କହିଥିଲେ ।୯୦ଦଶକରେ ସମଗ୍ର ପୃଥିବୀରେ ସୁବର୍ଣ୍ଣପୁର ଅଞ୍ଚଳରେ ୧୦ହଜାର ଲୋକରେ ସର୍ବାଧିକ ୨୨୪ଜଣ କୁଷ୍ଠ ରୋଗାକ୍ରାନ୍ତ ଲୋକ ଥିବା ଉଲ୍ଲେଖ କରିଥିଲେ ।ବର୍ତମାନ ପୁଣି ଏହି ରୋଗ ସଂକ୍ରମଣ ହେଉଥିବାରୁ ସାଧାରଣ ଜନତା ଜାଗ୍ରତ ରହିବାକୁ ପରାମର୍ଶ ଦେଇଥିଲେ ।ଏଥିରେ ମୁଖ୍ୟବକ୍ତା ଭାବେ ଜିଲ୍ଲା ଲେପ୍ରା ସୋସାଇଟିର ସଂଯୋଜନା ନୃସିଂହ ମିଶ୍ର ଯୋଗଦେଇ କୁଷ୍ଠ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ ।ସମ୍ମାନିତ ଅତିଥି ବିନିକା ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରର ପୁଷ୍ପା ମିଶ୍ର ଏହି ପକ୍ଷ ପାଳନର ଆବଶ୍ୟକତା ଉପରେ ସୂଚନା ଦେଇଥିଲେ ।ଶେଷରେ ସମାଜସେବୀ ରାମ ଗୋପାଳ ବାଘ ଧନ୍ୟବାଦ ଅର୍ପଣ କରିଥିଲେ ।ପରେ ସ୍ଥାନୀୟ ଗୁଲୁଣ୍ଡା ସ୍ଥିତ କୁଷ୍ଠାଶ୍ରମର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ଓ ଫଳ ବଣ୍ଟନ କରାଯାଇଥିଲା । ଏହି ଅବସରରେ ସମସ୍ତେ କୁଷ୍ଠମୁକ୍ତ ଭାରତ ଗଠନ ନିର୍ମାଣ ସକାଶେ ଶପଥ ପାଠ କରିଥିଲେ ।