-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
13-Feb-2022
ପଦ୍ମପୁର:- MP09HG7314 ଟ୍ରକରେ ଗଂଜେଇ ଚାଲାଣ ହେଉଥିବା ସମୟରେ ଜବତ କରିଛି ପଦ୍ମପୁର ଅବକାରୀ ବିଭାଗ । ଅବକାରୀ ବିଭାଗ ପଦ୍ମପର ସନ୍ଦେହରେ ଏକ ବାର ଚକିଆ ଟ୍ରକରେ ଉପରକୁ କବାଡି ସାମଗ୍ରୀ ଭଳି ବୁଢ଼ାପଟା ଲଦା ହେଇଥିବା ବେଳେ ଟ୍ରଲି ଭିତରେ ଚାରିଗୋଟି ବସ୍ତାରେ ପାଖାପାଖି ୨ କ୍ୟୁଇଟାଲ ଗଂଜେଇ ରଖାଯାଇଥିଲା, ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ପାଞ୍ଚ ଲକ୍ଷ ହେବ । ଗାଡିଟି ବଲାଙ୍ଗୀର ପଟରୁ ଛତିଶଗଡ଼ ପଟକୁ ଯାଉଥିବା ସମୟରେ ପଦ୍ମପୁର ରାସ୍ତାର ବାଦୀମାଲ ଛକରେ ଅବକାରୀ ବିଭାଗ ଏହି ଗଞ୍ଜେଇ ଧରିଛି । ପଦ୍ମପୁର ଅବକାରୀ ଅଧିକାରୀ ହେମକାନ୍ତ
ସୁନା କୋଣସି ସୂତ୍ରରୁ ଖବର ପାଇ ତାଙ୍କ ଟିମ ସହିତ ଛକି ରହିଥିଲେ । ଅବକାରୀ ବିଭାଗୀୟ କର୍ମଚାରୀ ଙ୍କୁ ଦେଖି ଡ୍ରାଇଭର ସଙ୍ଗେ ସଙ୍ଗେ ଫେରାର ମାରିଥିଲା ।ପରେ ଅବକାରୀ ବିଭାଗ ଗାଡି ଜବତ କରି ତଲାସ କରିବା ସମୟରେ ଗଂଜେଇ ବସ୍ତା ପାଇଛି ।