-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
13-Feb-2022
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) ସୁବର୍ଣ୍ଣପୁର ର ବୁଢାରଜା ୟୁଥ ଆସୋସିଏସନ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ର ରକ୍ତ ଦାନ ଶିବିର ର ଦଶ ବର୍ଷ ପୂର୍ତ୍ତି ଉତ୍ସବ ଓ ମାଗଣା ଆମ୍ବୁଲାନ୍ସ ସେବା ର ଲୋକପର୍ଣ ଉସ୍ସବ ଆୟୋଜନ ଉପଲକ୍ଷେ ଆଜି ସ୍ୱଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡା ସମାଜସେବୀ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ବୁଢାରାଜା ମନ୍ଦିର ଠାରେ ସଫେଇ
ଅଭିଯାନ କରାଯାଇଥିଲା l ଏହି ସ୍ୱଚ୍ଛ ଭାରତ ସଂଗଠନ ରେ ଆଜି ସୁବର୍ଣ୍ଣପୁର ର ନୂତନ ରିଜର୍ଭ ଇନ୍ସପେକ୍ଟର ଶ୍ରୀ ପ୍ରଦ୍ୟୁମ୍ନ କୁମାର ପଟେଲ ସାମିଲ ହୋଇ ସ୍ଥାନୀୟ ବୁଢାରଜା ମନ୍ଦିର ରେ ସମସ୍ତ କର୍ମକର୍ତ୍ତା ଙ୍କ ସହିତ ସଫେଇ କରିଥିଲେ l ସଫେଇ ପରେ ପରେ ସମସ୍ତ କର୍ମକର୍ତା ଙ୍କ ସହିତ ପରିଚୟ ପ୍ରଦାନ ପାଈଁ ମନ୍ଦିର ରେ ଏକ ସଭା ଅନୁଷ୍ଠିତ ହୋଇଥିଲା l କୋଡ଼ି ନେଟର ମନୋରଞ୍ଜନ ତ୍ରିପାଠୀ ସଭା କୁ ସଂଯୋଜନା କରି ନୁଆଁ ସଦସ୍ୟ ଇନ୍ସପେକ୍ଟର ଶ୍ରୀ ପଟେଲ ଙ୍କ ସହ ସମସ୍ତ କର୍ମକର୍ତ୍ତା ଙ୍କୁ ପରିଚୟ କରାଇଥିଲେ l ଏବଂ ଶ୍ରୀ ପଟେଲ ଙ୍କୁ ସଂଗଠନ ପକ୍ଷରୁ ସମସ୍ତେ ସ୍ୱାଗତ କରିଵା ସହିତ ପ୍ରଶାସନ ଓ ପବ୍ଲିକ ସମେତ ସହର ର ବିଭିନ୍ନ ଅନୁଷ୍ଠାନ, ମନ୍ଦିର ରେ ସଫେଇ ଅଭିଯାନ, ଗଛ ବଞ୍ଚାଅ ଅଭିଯାନ, ଓ ଅନେକ ସଚେତନତା କାର୍ଯ୍ୟକ୍ରମ ରେ ସାମିଲ ହୋଇ ଦୀର୍ଘ ବର୍ଷ ରୁ ନିସ୍ଵାର୍ଥପର ସେବା କାର୍ଯ୍ୟ କରିଆସୁଥିବା ଏଇ ଅନୁଷ୍ଠାନ କୁ ଆହୁରି ସକ୍ରିୟ ଓ ଶୃଙ୍ଖଳା ର ସହିତ ଆଗକୁ ବଢ଼ାଇଵା କୁ ସମସ୍ତେ ସଂକଳ୍ପ କରିଥିଲେ l ନୂତନ ସଭ୍ୟ ତଥା ଅତିଥି ଶ୍ରୀ
ପଟେଲ ମଧ୍ୟ ସଂଗଠନ ର ବିଭିନ୍ନ ସାମାଜିକ କାର୍ଯ୍ୟ ଓ ଟିମ ସ୍ପିରିଟ କୁ ଭୁୟସୀ ପ୍ରଶଂସା କରିଥିଲେ l ପ୍ରକାଶ ଥାଉ କି ଯେ, ଶ୍ରୀ ପଟେଲ ଏହା ପୂର୍ବରୁ ସମ୍ବଲପୁର ଗୋଶାଳା ର ଭି -ଟି- ଆଇ ଟ୍ରେନିଙ୍ଗ ସେଣ୍ଟର ରେ ଦୀର୍ଘ 5 ବର୍ଷ ଧରି ରକ୍ତଦାନ ଶିବିର ଓ ସ୍ୱଛତା କାର୍ଯ୍ୟକ୍ରମ ରେ ସକ୍ରିୟ ସାମିଲ ରହିଥିଲେ l ଆଜିର ଏଇ ସ୍ୱତନ୍ତ୍ର ଶିବିର ସଂଘ ଉପଦେଷ୍ଟା ଗରିବ ଲୋଇ ଙ୍କ ତତ୍ୱାବଧାନ ରେ ମନୋରଞ୍ଜନ ତ୍ରିପାଠୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିବା ବେଳେ ବରିଷ୍ଠ ସଦସ୍ୟ ରାମଚନ୍ଦ୍ର ଆଗ୍ରୱାଲା, ପ୍ରହଲ୍ଲାଦ ମିଶ୍ର, ଉନ୍ଦୁମତୀ ପୁରୋହିତ, ପ୍ରମୋଦ ସାହୁ, ପ୍ରଦ୍ୟୁମ୍ନ ପଟେଲ, ତରଣୀ ମେହେର, ଲଡ଼ୁ କିଶୋର ମଲ୍ଲିକ, ମନୋଜ ପଣ୍ଡା, ଦିଲ୍ଲୀପ ଭୁକ୍ତା, ଗୋକୁଳ ଠାକୁର, ତ୍ରିଲୋଚନ ତରିଆ, ପ୍ରତାପ ଦାଶ, ଗୋପାଳ ମେହେର, ତନୀଷା ଆଗ୍ରୱାଲା, କ୍ରିଷ୍ନା ମେହେର, ୟୋଗେସ ଆଗ୍ରୱାଲା ପ୍ରମୁଖ ସକ୍ରିୟ ସଦସ୍ୟ ଯୋଗ ଦେଇଥିଲେ l