-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
04-Feb-2022
ଭୁବନେଶ୍ବର, : ଭୁବନେଶ୍ବର ମା' ବିରଜା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସହିଦନଗର୍ ସ୍ଥିତ ଶନି ମନ୍ଦିର ଓ ଲକ୍ଷ୍ମୀସାଗର ସ୍ଥିତ ସନ୍ତୋଷୀ ମା ମନ୍ଦିର ନିକଟରେ ରହୁଥିବା ଦରିଦ୍ର ପୁରୁଷ ଓ ମହିଳା ବ୍ୟକ୍ତିମାନଙ୍କୁ ଟ୍ରଷ୍ଟ ତରଫରୁ ଶୀତବସ୍ତ୍ର, କମ୍ବଳ, ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ସେମାନେ ସମସ୍ତେ ଆଶୀର୍ବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ସୋମ୍ୟକାନ୍ତ ବଳବନ୍ତରାୟଙ୍କ ଉଦ୍ୟମରେ ୟୁ.ଏସ୍.ବି.ଏମ୍ ର ଅଧ୍ୟାପକ ପ୍ରଦୀପ କୁମାର ଦେ, ଅଧ୍ୟାପକ କୈଲାସ ଚନ୍ଦ୍ର ନାୟକ, ଅଧ୍ୟାପକ ସ୍ଵାତୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।