-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
03-Feb-2022
ବଲାଙ୍ଗିର, (ପ୍ରେରଣା) ଆଜି ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ଜିଲ୍ଲା ଜଜ୍ କୋର୍ଟ ସିରସ୍ତାଦାର ରଘୁନାଥ ପଧାନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ବଲାଙ୍ଗିର ଜିଲ୍ଲା ବିଚାର ବିଭାଗୀୟ କର୍ମଚାରୀ ସଂଘ ସଭାପତି ପ୍ରକାସ କୁମାର ନେପାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଦୌରା ଜଜ୍ ଲୋକନାଥ ମହାପାତ୍ର ଉପସ୍ଥିତ ରହି ଶ୍ରୀ ପଧାନଙ୍କୁ ଉପଢୈାକନ ଦେଇ ସମ୍ବର୍ଦ୍ଧିତ କରିବା ସଙ୍ଗେ ସଙ୍ଗେ ମାନପତ୍ର ପ୍ରଦାନ କରିଥିଲେ । ଏହି ସଭାକୁ ବରିଷ୍ଠ କର୍ମଚାରୀ ଦୁତିଆ ଦେହୁରି ସଂଯୋଜନା କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ସମସ୍ତ ବରିଷ୍ଠ ଓ କନିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଏବଂ ସିଭିଲ କୋର୍ଟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ସିଭିଲ କୋର୍ଟ ରେଜିଷ୍ଟ୍ରାର ଅମିତ ବାରିକ, ବରିଷ୍ଠ କର୍ମଚାରୀ ରାଜେନ୍ଦ୍ର ଦାସ, ସଭାପତି ଶ୍ରୀ ନେପାକ ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ଶ୍ରଦ୍ଧାଞ୍ଜଳି ମେହେର ମାନପତ୍ର ପାଠ କରିଥିଲେ । ଜିଲ୍ଲା ଜଜ ଶ୍ରୀ ପଧାନଙ୍କ ଅବସରର ପରର ଜୀବନ ସୁଖମୟ ହେବା ପାଇଁ ଆଶୁ କାମନା କରିଥିଲେ ।