ବିନିକା(ହିମାଂଶୁ ଶେଖର ପୁଟେଲ)// ଠିକ ଏହି ସମୟ ଆସିଲେ ବଣୁଆ ହାତୀପଲ ଉଲୁଣ୍ଡା ଜଙ୍ଗଲରୁ ମହାନଦୀ ପାରି ହୋଇ ବିନିକା ଚାଲି ଆସୁଛନ୍ତି ।ଚଳିତ ବର୍ଷର ଖରିଫ ଧାନ ଅମଳ ବେଳେ ହାତୀପଲ ୩/୪ଦିନ ଲଗାତାର ଭାବେ ଆସି ଚାଷଜମିର ଧାନ ଖାଇ ଚାଲି ଯାଇଥିଲେ ।ବହୁ କଷ୍ଟରେ ହାତୀପଲ କୁ ଫରେଷ୍ଟ ବିଭାଗ କର୍ମଚାରୀ ଲଛିପୁର ଜଙ୍ଗଲ କୁ ଘଉଡାଇଵାରେ ସକ୍ଷମ ହୋଇଥିଲେ ।ଯାହା ଫଳରେ କି ଚାଷୀ ଓ ଅଞ୍ଚଳବାସୀ କିଛିଦିନ ପାଇଁ ନିସ୍ତାର ପାଇଥିଲେ । ହେଲେ ବଣୁଆ ହାତୀପଲ ପୁଣି ଲଛିପୂର ଜଙ୍ଗଲରୁ ଫେରି ସଂପ୍ରତି ବିନିକା ଅଞ୍ଚଳରେ ଆତଙ୍କରାଜ ଆରମ୍ଭ କରିଦେଇଛନ୍ତି ।ଲଗାତାର ୩ଦିନ ହେଲା ସନ୍ଧ୍ୟା ହେବାମାତ୍ର ଛୋଟବଡ଼ ମିଶି ୪୫ରୁ୫୦ ହାତୀପଲ ନଦୀ ପାର ହୋଇ ଆସୁଛନ୍ତି । କେତେବେଳେ ସେଲେଡି,କରତଙ୍ଗ, ତୁଲୁଣ୍ଡୁପାଲି,ଭମରପାଳି,ସଂସାମୁରା ତ ଆଉ କେତେବେଳେ ଉଲ୍ଲେ,ରହିଲା,ପାପକ୍ଷୟ ଏରିଆରେ ଆତଙ୍କ ଖେଳାଇ ଓ ଖଳାରେ ଚାଷୀ ବିକ୍ରି ପାଇଁ ଗଚ୍ଛିତ ରଖି ଥିବା ଧାନ ଖାଇ ଭୋରରୁ ନଦୀ ପାରି ହୋଇ ଆରପଟକୁ ଚାଲି ଯାଉଥିବା ବେଳେ ପୁନର୍ବାର ସନ୍ଧ୍ୟା ହେଲେ ପୁଣି ବିନିକା ମୋହ ହେଉଛନ୍ତି । ଗତକାଲି ବିଳମ୍ବିତ ରାତିରେ ଉଲ୍ଲେ ଗ୍ରାମର ଜଗବନ୍ଧୁ ବେହେରାଙ୍କ ୪ଏକର ପଲ୍କା ଘାରି ହାତୀପଲ ମାଡ଼ି ଦେଇଥିବା ବେଳେ ଚୈତନ ନାଗଙ୍କ ୨ଏକର,ଅଶୋକ କୁଅଁରଙ୍କ ୩ଏକର,ଶ୍ରୀହରି ମିଶ୍ରଙ୍କ ୪ଏକର,ରାମନାଥ ଷାଣ୍ଡଙ୍କ ପଲ୍କା ଘାରି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବଣୁଆ ହାତୀପଲ ଙ୍କ

"/>

-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||     

HOME   ଜିଲ୍ଲା

ବିନିକାରେ ବଣୁଆ ହାତୀପଲ ଙ୍କ ଆତଙ୍କରାଜ,ଧାନ ପରେ ପଲ୍କାଘାରି ଟାର୍ଗେଟ

27-Dec-2021

ବିନିକା(ହିମାଂଶୁ ଶେଖର ପୁଟେଲ)// ଠିକ ଏହି ସମୟ ଆସିଲେ ବଣୁଆ ହାତୀପଲ ଉଲୁଣ୍ଡା ଜଙ୍ଗଲରୁ ମହାନଦୀ ପାରି ହୋଇ ବିନିକା ଚାଲି ଆସୁଛନ୍ତି ।ଚଳିତ ବର୍ଷର ଖରିଫ ଧାନ ଅମଳ ବେଳେ ହାତୀପଲ ୩/୪ଦିନ ଲଗାତାର ଭାବେ ଆସି ଚାଷଜମିର ଧାନ ଖାଇ ଚାଲି ଯାଇଥିଲେ ।ବହୁ କଷ୍ଟରେ ହାତୀପଲ କୁ ଫରେଷ୍ଟ ବିଭାଗ କର୍ମଚାରୀ ଲଛିପୁର ଜଙ୍ଗଲ କୁ ଘଉଡାଇଵାରେ ସକ୍ଷମ ହୋଇଥିଲେ ।ଯାହା ଫଳରେ କି ଚାଷୀ ଓ ଅଞ୍ଚଳବାସୀ କିଛିଦିନ ପାଇଁ ନିସ୍ତାର ପାଇଥିଲେ । ହେଲେ ବଣୁଆ ହାତୀପଲ ପୁଣି ଲଛିପୂର ଜଙ୍ଗଲରୁ ଫେରି ସଂପ୍ରତି ବିନିକା ଅଞ୍ଚଳରେ ଆତଙ୍କରାଜ ଆରମ୍ଭ କରିଦେଇଛନ୍ତି ।ଲଗାତାର ୩ଦିନ ହେଲା ସନ୍ଧ୍ୟା ହେବାମାତ୍ର ଛୋଟବଡ଼ ମିଶି ୪୫ରୁ୫୦ ହାତୀପଲ ନଦୀ ପାର ହୋଇ ଆସୁଛନ୍ତି । କେତେବେଳେ ସେଲେଡି,କରତଙ୍ଗ, ତୁଲୁଣ୍ଡୁପାଲି,ଭମରପାଳି,ସଂସାମୁରା ତ ଆଉ କେତେବେଳେ ଉଲ୍ଲେ,ରହିଲା,ପାପକ୍ଷୟ ଏରିଆରେ ଆତଙ୍କ ଖେଳାଇ ଓ ଖଳାରେ ଚାଷୀ ବିକ୍ରି ପାଇଁ ଗଚ୍ଛିତ ରଖି ଥିବା ଧାନ ଖାଇ ଭୋରରୁ ନଦୀ ପାରି ହୋଇ ଆରପଟକୁ ଚାଲି ଯାଉଥିବା ବେଳେ ପୁନର୍ବାର ସନ୍ଧ୍ୟା ହେଲେ ପୁଣି ବିନିକା ମୋହ ହେଉଛନ୍ତି । ଗତକାଲି ବିଳମ୍ବିତ ରାତିରେ ଉଲ୍ଲେ ଗ୍ରାମର ଜଗବନ୍ଧୁ ବେହେରାଙ୍କ ୪ଏକର ପଲ୍କା ଘାରି ହାତୀପଲ ମାଡ଼ି ଦେଇଥିବା ବେଳେ ଚୈତନ ନାଗଙ୍କ ୨ଏକର,ଅଶୋକ କୁଅଁରଙ୍କ ୩ଏକର,ଶ୍ରୀହରି ମିଶ୍ରଙ୍କ ୪ଏକର,ରାମନାଥ ଷାଣ୍ଡଙ୍କ ପଲ୍କା ଘାରି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବଣୁଆ ହାତୀପଲ ଙ୍କ

ଗତିବିଧି ନିରୀକ୍ଷଣ କରିବାରେ ଫରେଷ୍ଟ ବିଭାଗ ବିଫଳ ହେଉଥିବାରୁ ଏମାନଙ୍କ ଆତଙ୍କରାଜ ଦିନକୁ ଦିନ ବଡ଼ିବାରେ ଲାଗିଛି । ଫଳରେ ହାତୀ ଭୟରେ ରାସ୍ତାଘାଟ ଶୁନଶାନ୍ ହୋଇ ପଡ଼ୁଥିବା ବେଳେ ଚାଷୀ ରାତିସାରା ଭୟଭୀତ ଅବସ୍ଥାରେ ଉଜାଗର ରହୁଥିବା ଜଣାପଡିଛି ।  ସେହିପରି ହାତୀ ଉପସ୍ଥିତ ଥିବା ଏରିଆରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ପାଇଁ ନିୟମ ରହିଥିଲେ ମଧ୍ୟ ଅନ୍ୟ ସ୍ଥାନ ମାନଙ୍କର ବିଦ୍ୟୁତ ବିଚ୍ଛିନ୍ନ କରାଯାଉଥିବାରୁ ଲୋକେ ଅନ୍ଧାରରେ ରହୁଛନ୍ତି । ମିଳିଥିବା ଖବର ଅନୁସାରେ ଆଜି ପୁଣି ସନ୍ଧ୍ୟାରେ ହାତୀପଲ ମହାନଦୀ ପାଣି ଭିତରେ ଗର୍ଜନ କରି ବିନିକା ପଟକୁ ଆସିବା ପାଇଁ ମୁହାଁଉଥିଵା କେତେକ ମତ୍ସ୍ୟଜିବୀ ମାଛ ନମାରି ଭୟରେ ନଦୀ କୂଳକୁ ଫେରି ଆସିଥିଲେ ।ତେଣୁ ଫରେଷ୍ଟ ବିଭାଗ କଡା ପେଟ୍ରୋଲିଂ କରି ହାତୀ ଘଉଡ଼ାଇବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

News Comment

Photo in News

Advertisment
Lastest News
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026

You Might Also Like