-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
27-Dec-2021
ଢେଙ୍କାନାଳ (ତାପସ ଦାସ)// ଗଂଦିଆ ବିଜୁ ଜନତା ଦଳ ତରଫରୁ ଗଂଦିଆ ମିନି ଷ୍ଟାଡିୟମରେ 25ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି, ଏହି କାର୍ଯ୍ୟକ୍ରମ ରେ ବିଧାୟକ ସୁଧୀର
କୁମାର ସାମଲ ଙ୍କ ନେତୃତ୍ୱରେ ଓ ଗଂଦିଆ ବ୍ଲକ ସଭାପତି ବିଶ୍ୱ ନାଥ ଜେନାଙ୍କ ସଭା ପତିତ୍ୱ ରେ ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି,.ଏହି ସଭାରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାର ପର୍ଯ୍ୟବେକ୍ଷକ ବିଜୟ ନାୟକ ଉପସ୍ଥିତ ରହି ପ୍ରଦୀପ୍ରଜ୍ୱଳନ କରି ସଭାକୁ ଉଦଘାଟନ କରି ଦଳୀୟ କର୍ମୀଙ୍କ ଗୁରୁମାନ ଦେଇଥିଲେ, ଏହିସଭାରେ ବ୍ଲକ ଯୁବ ସଭାପତି ପ୍ରଦୀପ ରାଉତ ମଞ୍ଚ ପରିଚାଳନା କରିବାସହ ଗଂଦିଆ ବ୍ଲକ ଉପାଧ୍ୟକା ଗୀତାଞ୍ଜଳି ଭୂଇଁଆ, ଗଂଦିଆ ବ୍ଲକ ମହିଳା ସଭାନେତ୍ରୀ ସୁଭଦର୍ଶନୀ ପରିଡା, ମହିଳା
କାର୍ଯ୍ୟକାରୀ ସଭାନେତ୍ରୀ ରୁବି ବିଶ୍ୱାଳ, ଉପସଭାପତି ନବ ସାମଲ, ଉମେଶ ଜେନା, ସବ୍ୟସାଚୀ ପାତ୍ର, ଜୟ କୃଷ୍ଣ ବାରିକ, ଓ ଅନ୍ୟ ବିଜୁ ଯୁବ ଛାତ୍ର ମହିଳା କର୍ମୀ ମାନେ ଉପସ୍ଥିତ ରହି ଆଜିର ପ୍ରତିଷ୍ଠା ଦିବସ କୁ ସୁଚାରୁ ରୂପେ ପାଳନ କରିଥିଲେ, ପରିଶେଷରେ ବିଧାୟକଙ୍କ ପ୍ରତିନିଧି ନିରାକାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ,