-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
26-Nov-2021
ବଲାଙ୍ଗୀର(ପ୍ରେରଣା ଖବର)- ଆଜି ଅପରାହ୍ନରେ ସ୍ଥାନୀୟ ସିଭିଲ କୋର୍ଟ ବାର ହଲ୍ ଠାରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ଆନୁକୂଲ୍ୟରେ ଭାରତୀୟ ସମ୍ବିଧାନ ଦିବସ ପାଳିତ ହେବା ସହ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଦୌରା ଜଜ୍ ଲୋକନାଥ ମହାପାତ୍ର ଯୋଗ ଦେଇ ସମ୍ବିଧାନ ଦିବସର ତାତ୍ପର୍ଯ୍ୟ , ତ୍ୱରିତ ନ୍ୟାୟ ପ୍ରଦାନ ଦିଗରେ ବାର ଓ ବେଂଚର ଭୂମିକା ସଂପର୍କରେ
ବକ୍ତବ୍ୟ ପ୍ରଦାନ କରିଥିଲେ । ମୁକଦ୍ଦମା ଗୁଡିକର ଶୀଘ୍ର ଫଇସଲା ଓ ମହକିଲଙ୍କୁ ସମୟୋଚିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଭାରତୀୟ ସମ୍ବିଧାନ ସ୍ୱୀକୃତ ବିଭିନ୍ନ ଧାରା ସଂପର୍କରେ ଶ୍ରୀ ମହାପାତ୍ର ବୁଝାଇଥିଲେ । ଏଡ୍ଭୋକେଟ ଜୟକୃଷ୍ଣ ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଅନ୍ୟ ମାନଙ୍କ ମଧ୍ୟରେ ଚନ୍ଦ୍ରଶେଖର ମିଶ୍ର ଓ ନିପନ ଯୋଶୀ ପ୍ରମୁଖ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସିଭିଲ କୋର୍ଟର ସମସ୍ତ ଜଜ୍ ଓ ଜିଲ୍ଲା ଓକିଲ ସଂଘର ବହୁ ଓକିଲ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ । ସଂଘର ଉପସଭାପତି ସରୋଜ ଗୁପ୍ତା ମଂଚାସୀନ ଥିବା ବେଳେ ଶେଷରେ ସଂଘର ସଂପାଦକ ଅମନ ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।