-+91-9937148622 |
prerana_bgr@rediffmail.com |
Thursday 22nd October 2026 |
R.N.I. Regd No. ODIODI/2010/46693
Breaking News
14-Oct-2021
ଢେଙ୍କାନାଳ (ତାପସ ଦାସ) : ଗତକାଲି ଢେଙ୍କାନାଳ ଡକାମଣ୍ଡଳ ତରଫରୁ ଢେଙ୍କାନାଳ ପ୍ରଧାନ ଡାକଘର ପରିସରରେ ଜାତୀୟ ଡାକ ସପ୍ତାହର ପଞ୍ଚମ ଦିନରେ ଫିଲଟେଲି ଦିବସ ପାଳନ ହୋଇଯାଇଅଛି।
ଏହି ଅବସରରେ ଢେଙ୍କାନାଳ ଡାକ ମଣ୍ଡଳର ଡାକ ଅଧିକ୍ଷକ ଶ୍ରୀ ଜଗଦୀଶ ଦାଶ, ଅଫିସ ସୁପରଭାଇଜର ଶ୍ରୀ ଶୁଭେନ୍ଦ୍ର ଦାସ , ଢେଙ୍କାନାଳ ପ୍ରଧାନ ଡାକଘରର ଡାକପାଳ ଶ୍ରୀ ଶୁରେଶ ଚନ୍ଦ୍ର ସ୍ୱାଇଁ, ଜନ ସମ୍ପର୍କ ନିରୀକ୍ଷକ ଶ୍ରୀ ଦୀପ୍ତି ରଞ୍ଜନ ସାମନ୍ତ ଏବଂ ବ୍ୟବସାୟିକ ଅଧିକାରୀ ଶ୍ରୀ ଦେବାଶିଷ ସିଂ ଉପସ୍ଥିତ ଥିଲେ। ଫିଲାଟେଲି ଯାହାକୁ କିଙ୍ଗସ ଅଫ ହବି ବୋଲି କୁହାଯାଏ ତାର ସଂଗ୍ରହ କିପରି କରିବେ, ଏହାର ସଂଗ୍ରହ ଦ୍ୱାରା କଣ ଉପକାର ଆଉ ଏହାର ମୂଲ୍ୟବୋଧ ଉପରେ ବିଭିନ୍ନ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଯାଇଥିଲା। ଯେଉଁ ମାନେ ଡାକ ଟିକଟ ସଂଗ୍ରହ କରିବାକୁ ଇଛୁକ ଯେ କୌଣସି ଡାକ ଘରେ ସେମାନେ ମାତ୍ର ୫୦୦ ଟଙ୍କା ଦେଇ ଗୋଟିଏ ଫିଲଟେଲି
ଆକାଉଣ୍ଟ ଖୋଲି ପାରିବେ। ଏହାଦ୍ୱାରା ଡାକ ବିଭାଗ ଦ୍ଵାରା ଯେଉଁସମୟରେ କିଛି ଡାକ ଟିକଟ କିମ୍ବା ଲଫାପା ଉନ୍ମୋଚନ ହେବ ତାହା ଆକାଉଣ୍ଟଧାରୀଙ୍କ ଠିକଣାରେ ପହଂଚିଯିବ। ଏହା ବ୍ୟତୀତ ଗ୍ରାହକ ମାନେ କଟକ, ଭୁବନେଶ୍ୱର ଏବଂ ସମ୍ବଲପୁର ସ୍ଥିତ ଫିଲଟେଲି ବ୍ୟୁରୋ ରୁ ସିଧା ସଳଖ ବିଭିନ୍ନ ଡାକ ଟିକଟ ସଂଗ୍ରହ କରିପାରିବେ ତଥା ନିକଟସ୍ଥ ଡାକ ଘରେ ଯୋଗାଯୋଗ କଲେ ମଧ୍ୟ ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ। ଏହି ଅବସରରେ କିଛି ଡାକ ସଂଗ୍ରହକାରୀ ଙ୍କ ସମେତ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଜନ ସମ୍ପର୍କ ନିରୀକ୍ଷକ ଶ୍ରୀ ସାମନ୍ତ ତଂଙ୍କ ଦ୍ଵାରା ସଂଗୃହିତ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ଡାକ ଟିକଟ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦର୍ଶିତ କରିଥିଲେ। ଶେଷରେ ବ୍ୟବସାୟିକ ଅଧିକାରୀ ଶ୍ରୀ ଦେବାଶିଷ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।