-+91-9937148622 |
prerana_bgr@rediffmail.com |
Thursday 22nd October 2026 |
R.N.I. Regd No. ODIODI/2010/46693
Breaking News
13-Oct-2021
ଢେଙ୍କାନାଳ (ତାପସ ଦାସ) :ଗତ ଅଗଷ୍ଟ ୧୯ ତାରିଖରେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଓସ୍ତପାଳ ପେଟ୍ରୋଲ ପମ୍ପ ଡକାୟତି ମାମଲାରେ ୨ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ଠାରୁ ଦୁଇଟି ପିସ୍ତଲ, ୫ ଟି ମାଗଜିନ, ୨୦ ରାଉଣ୍ଡ ଗୁଳି, ୧୨ଟି ମୋବାଇଲ ଫୋନ ଓ ଦୁଇଟି ଭୁଜାଲି ଜବତ କରାଯାଇଛି। କୁଖ୍ୟାତ ହାତୀ କାଳିଆ ଗ୍ୟାଙ୍ଗର ଏହି ସଦସ୍ୟମାନେ ଘଟଣା ଦିନ ଢେଙ୍କାନାଳ ଓ କଟକ ଜିଲ୍ଲାର ୪ ଗୋଟି ପେଟ୍ରୋଲ ପମ୍ପ ଡକାୟତି କରିଥିଲେ।ଏହି ଘଟଣାରେ ପୂର୍ବରୁ ପୋଲିସ ଜଣଙ୍କୁ ଗିରଫ କରିଥିବାବେଳେ ଆଜି ୨ଜଣଙ୍କୁ ଗୀରଫ କରିବାରେ ସକ୍ଷମ ହୋଇଛି । ବଳଦିଆ ବନ୍ଧ ପେଟ୍ରୋଲ ପମ୍ପ ଡକାୟତି ଓ ୨ ଦିନ ତଳେ ଆଠଗଡ଼ ଏ ଟି ଏମ୍ ଭେନ ଡକାୟତିରେ ସଂପୃକ୍ତି ସଂପର୍କରେ ଅନୁସନ୍ଧାନ ପାଇଁ ଏମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ ପୋଲିସ ନିସ୍ପତି ନେଇଛି । ଜଗତସିଂହପୁର ଅଞ୍ଚଳରେ ହାତୀ କାଳିଆ ଗ୍ୟାଙ୍ଗ ସହିତ ସପୃକ୍ତ ଏହି ୨ ଜଣଙ୍କ ନାମରେ ବିଭିନ୍ନ ଜିଲ୍ଲାରେ ୧୭ ଗୋଟି ମାମଲା ରହିଥିବା ଢେଙ୍କାନାଳ ଏସ୍ ପି ଶ୍ରୀ କେ. ଶିବା ସୁବ୍ରମଣି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।