-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
30-Apr-2021
ବୌଦ୍ଧ(ଶ୍ରୀବନ୍ତମେହେର)ତା୩୦/୪,ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ କୁଶଙ୍ଗ ଗ୍ରାମର ଆଇନଜୀବୀ ସୁଶାନ୍ତ ମାଝୀ(୫୨)ଙ୍କ ହୃଦଘାତରେ ଗୁରୁବାର ମୃତ୍ୟୁ ହୋଇଥିବା ଜଣାପଡିଛି ।
ସଂର୍ପକିୟଙ୍କ କହିବାନୁଯାଇ ଗୁରୁବାର ସକାଳେ କୁସଙ୍ଗ ଛକରୁ ସୁଶାନ୍ତ ଚା’ ପିଇବା ପରେ ସ୍ଥାନିୟ ଲୋକମାନଙ୍କ ସହ ଥଟାମଜା ହୋଇଥିଲେ । ପୁର୍ନବାର ଗେଟ୍ ଛକନିକଟରେ ଚା ପିଇଥିଲେ ପରେ ନିକଟସ୍ଥ ବଡ଼ଯୋର ନାଳକୁ ଗାଧୋଇବାକୁ ଯାଇଥିଲେ । ନାଳରେ ଗାଧୋଇବା ବେଳେ ଚେତାଶୂନ୍ୟ ଅବସ୍ଥାରେ ପଡିଯାଇଥିଲେ । ଖବର ପାଇ ପରିବାର ଲୋକଙ୍କ ସହାୟତାରେ ତାଙ୍କୁ ପୁରୁଣାକଟକ ମେଡ଼ିକାଲ ଚିକିତ୍ସା ପାଇଁ ନିଆଯାଇଥିଲା । ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏଭଳି ଦୁଃଖଦ ଖବର ପାଇ ହରଭଙ୍ଗା ଓକିଲ ସଂଘ ପକ୍ଷରୁ ତାଙ୍କର ଆତ୍ମାର ସଦ୍ଗତି କାମନା କରିବା ସହ ଦୁଃଖ ସନ୍ତୋପ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ବର୍ତ୍ତମାନ ସମୟରେ ଉକ୍ତ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇବାକୁ ଦାବି ହେଉଛି ।