-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
30-Apr-2021
ଲୋଇସିଂହା, (ବିନୋଦ କୁମାର ଦୀପ): ଖରା ସମୟରେ ମଣିଷର ଶୋଷ ମେଣ୍ଟାଇବା ଵା ନିତିଦିନିଆ ବ୍ୟବହାର ଲାଗି ଜଳ ହେଉଛି ଜୀବନ ଜୀବିକାର ରାହା l କିନ୍ତୁ ଦୁଃଖର ବିଷୟ ହେଉଛି ଯେ ପାଣି ଲାଗି ଛଟପଟ ହେଉଛନ୍ତି ଲୋଇସିଂହା ବ୍ଲକ ମାଗୁରବେଡ଼l ପଂଚାୟତ ପରଧିଆପାଲି ଗ୍ରାମ ହରିଜନ ପଡାର ଶତାଧିକ ଅଧିବାସୀ l ଏହି ଗ୍ରାମକୁ ବୁଡି ଅଂଚଳ ଆଖ୍ୟା ଦିଆଯାଇଛି ସତ, ହେଲେ ଏଠାରେ ନା ହେଉଛି ଥଇଥାନର ବ୍ୟବସ୍ଥl ନା ଏ ଅଞ୍ଚଳ ଉପରେ ସଠିକ ଭାବେ ପଡିପାରୁଛି ପ୍ରଶାସନର ଦୃଷ୍ଟି l ସୂଚନା ଅନୁସାରେ, ଗାଁ ର ହରିଜନ ପଡାରେ ରହନ୍ତି ହାରାହାରି ଦୁଇଶହ ପରିବାର l ଏହି ପଡାରେ ରହିଛି ମାତ୍ର ୨ଟି ନଳକୂଅ l ଗୋଟିଏ ନଳକୂଅର ପାଣିପିଇ ହାରାହାରି 20 ଜଣ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ସାରିଥିବା ଜଣାପଡିଛି l ଗ୍ରାମ ର କିଶୋର ବାରିକ, ପୂର୍ଣମୀ ମହାନନ୍ଦ, ପକ୍ଷୀରାଜ ବାରିକ, ସମରା ବାରିକ, ଲବ ବାରିକ ଓ ଅନ୍ୟ ବ୍ୟକ୍ତିମାନେ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ସାରିଲେଣି l ପାଣି ମୁନ୍ଦାଏ ପାଇଁ କେତେ ଯେ ଯାତନା ଭୋଗୁଛନ୍ତି ହରିଜନ ପଡାବାସୀ ତାର ହିସାବ ନାହିଁ l ତେବେ ପଡାବାସୀଙ୍କ ଉପରେ ପ୍ରଶାସନର ଦୃଷ୍ଟି କେବେ ପଡିବ ଓ ପାଣିର ସମସ୍ୟା କେବେ ଦୂରହେବ ତାହାକୁ ନେଇ ସମସ୍ତଙ୍କ ନଜର l