-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
31-Mar-2021
ବଲାଙ୍ଗିର, (ପ୍ରେରଣା ଖବର): ହୁତୁ ହୁତୁ ହୋଇ ଜଳିଗଲା ସ୍ପୋର୍ଟ୍ସ ଦୋକାନ l ଦେଖୁ ଦେଖୁ ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ l ସ୍ପୋର୍ଟସ ଗୋଦାମ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି ।
ବଲାଙ୍ଗିର ସହର ତେଲିଗୋଟପଡା ଠାରେ ରହୁଥିବା ଗୋପବନ୍ଧୁ ସ୍ପୋର୍ଟ୍ସ ଷ୍ଟୋରର ମାଲିକ ଗୋପବନ୍ଧୁ ମିଶ୍ରଙ୍କ ଘରେ ନିଆଁ ଲାଗି ଯାଇଥିଲା । ଦୁଇ ମହଲା କୋଠାର ଉପର କୋଠାକୁ ଗୋଦାମ ଘର କରି ସ୍ପୋର୍ଟ୍ସ ସାମଗ୍ରୀ ରଖାଯାଇଥିଲା । ତଳ କୋଠାରେ ପରିବାର ଲୋକେ ରହୁଥିଲେ ।
ହେଲେ ଆଜି ହଠାତ ଗୋଦାମ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ପ୍ଲାଷ୍ଟିକ ଓ କପଡା ସାମଗ୍ରୀ ଥିବାରୁ ବହୁତ ଶୀଘ୍ର ନିଆଁ ଧରିଯାଇଥିଲା । ଫଳରେ ନିଆଁ ହତୁହୁତୁ ହୋଇ ଜଳୁଥିବା ବେଳେ ଲିଭାଇବା ପାଇଁ ଉଦ୍ୟମ କରିଥିଲା ଦମକଳ ବାହିନୀ । ଅଗ୍ନିଶମ ବିଭାଗର ତିନୋଟି ଫାୟାର ଗାଡି ନିଆଁଲିଭା କାମରେ ଲାଗିଥିବା ବେଳେ ପରିସ୍ଥିତି ଏବେ ଆୟତ୍ତରେ ରହିଥିବା ଜଣାପଡ଼ିଛି ।
ତେବେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି । ନିଆଁରେ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ଅନୂମାନ କରାଯାଉଛି ।