-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
14-Oct-2020
ଲୋଇସିଂହା ,(ବିନୋଦ କୁମାର) ବିଜୁ ଜନତା ଦଳ ର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ October 2 ରୁ November 2 ପର୍ଯ୍ୟନ୍ତ କରୋନା ମହାମାରୀ କୁ ନେଇକି ଚାଲିଥିବା ଜନସଚେତନ ଅଭିଯାନ ରେ ବିଜୁ ଜନତା ଦଳ ତରଫରୁ ଗତ କାଲି ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଦସ୍ୟ ତଥା ଲୋଇସିଂହା ନିର୍ବାଚନ ମଣ୍ଡଳୀ ର ଯୁବ ନେତା ନିହାର ରଞ୍ଜନ ବେହେରା ନେତୃତ୍ୱ ରେ ର ଲୋଇସିଂହା ରେ ବସୁଥିବା ସପ୍ତାହିକ ବଜାର, ହୀରାପୁର, କନ୍ଦାଜୁରୀ ପଂଚାୟତ ର ବିଭିନ୍ନ ଗ୍ରାମରେ ଜନସଚେତନତା ସହିତ ମାସ୍କ ବଣ୍ଟନ କରିଥିଲେ । ସମସ୍ତ ଙ୍କୁ ଆମର ବିନମ୍ର ଅନୁରୋଧ କରିକି ଦୟାକରି ମାସ୍କ ବ୍ୟବହାର କରନ୍ତୁ, ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ ଓ ହାତ କୁ ସଫା କରନ୍ତୁ ବୋଲି ସଚେତନ କରିଥିଲେ. ଏଥିରେ ହୀରାପୁର ପଞ୍ଚାୟତ ର ସମିତି ସଭ୍ୟ ଙ୍କ ପ୍ରତିନିଧି କପୁରଚାନ୍ଦ, ପିଙ୍କି ଯାଦବ, ସତ୍ୟଭାମା ସୁନ୍ଦରିଆ, ଟିପଲୂ କଦମ, ରଞ୍ଜନ ବେହେରା, ପ୍ରବୀଣ ମିଶ୍ର, ସରୋଜ ମହାକୁଡ଼, ମନୋଜ ହେର୍ଣ୍ଣା, ବିଜୁ ଯୁବ ବାହିନୀ ସଦସ୍ୟ ପ୍ରଭାସ ରାଉତ, ଅଜିତ ରାଉତ, ପ୍ରମୁଖ ଓ ଅନ୍ୟାନ୍ୟ ବିଜୁ ଜନତା ଦଳ ର କର୍ମୀ ମାନେ ସହଯୋଗ କରିଥିଲେ.