-+91-9937148622 |
prerana_bgr@rediffmail.com |
Sunday 25th October 2026 |
R.N.I. Regd No. ODIODI/2010/46693
Breaking News
25-Oct-2026
ବଙ୍ଗୋମୁଣ୍ଡା(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅର୍ଗସ ନ୍ୟୁଜ ର ପ୍ରତିନିଧି ତଥା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ନିବାସୀ ସାମ୍ବାଦିକ ହୁଲେଶ୍ୱର ହଂସଙ୍କ ପିତୃ ବିୟୋଗ ଆଜି ଘଟିଛି । ତାଙ୍କ ପିତା ଡମବୁଢା ହଂସ (୬୫) ଙ୍କ ଆଜି ସକାଳେ ତାଙ୍କ ବାସଭବନ ରେ ଦେହାନ୍ତ ହୋଇଯାଇଛି ।ଜଣେ ମିଷ୍ଟଭାଷୀ, ସରଳ, ପରୋପକାରୀ ଓ ସ୍ନେହୀ ମଣିଷ ଥିଲେ । ସେ ଦୀର୍ଘ ଦିନ ହେଲା ରକ୍ତଚାପ ,ମଧୁମେହ ଓ କିଡନୀ ରୋଗରେ ଆକ୍ରାନ୍ତ ହୋଇ ବିଭିନ୍ନ ଡ଼ାକ୍ତରଖାନା ରେ ଚିକିତ୍ସିତ ହେଉଥିଲେ । ଗତ କିଛି ଦିନ ହେଲା ସେ ଶଯ୍ୟାଶାୟୀ ହୋଇ ରହିଥିଲେ । ତାଙ୍କ ଦେହାନ୍ତ ଖବର ପାଇଁ କପିଲାଭଟା ସମିତି ସଭ୍ୟ କେଦାର ଭୋଇ, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ର କୋଷାଧ୍ୟକ୍ଷ ଦୀପକ ଦାସ ଯାଦବ, ସଦସ୍ୟ ରାଧେଶ୍ୟାମ ମେହେର, ମାଁ ସାହାଜି ଯୁବକ ସଂଘ ର ପୂର୍ବ ସଭାପତି ମିତ୍ରଭାନୁ ବିଶି ,ପୂର୍ବ ସମ୍ପାଦକ ପରମାନନ୍ଦ ଛତ୍ରିଆ,କପିଲାଭଟା ପଞ୍ଚାୟତ ଯୁବ ବିଜେଡି ସଭାପତି ଧର୍ମେନ୍ଦ୍ର ଦାସ ଙ୍କ ସମେତ ବନ୍ଧୁ ବାନ୍ଧବ, ସମ୍ପର୍କୀୟ ଓ ଶୁଭେଚ୍ଛୁ ମାନେ ପହଞ୍ଚି ଶେଷ ଦର୍ଶନ କରିଥିଲେ ।ଏହି ଖବର ପାଇଁ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ,ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା, ଜିଲ୍ଲା ପରିଷଦ ସଦସ୍ୟ ଦାମ ସୁନା, ବଙ୍ଗୋମୁଣ୍ଡା ବିଡ଼ିଓ ନିତୁଶ୍ରୀ ମେହେର,ସାଂସଦ ଙ୍କ ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ଅନିଲ ନାଏକ,ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ର ସଭାପତି ରଶ୍ମିରଞ୍ଜନ ପୁଟେଲ, କଣ୍ଟାବାଞ୍ଜି ପ୍ରେସ କ୍ଳବ ର ସମ୍ପାଦକ ସୁଶାନ୍ତ ବେହେରା,ପୂର୍ବତନ ସରପଞ୍ଚ ଦୁର୍ଦକ୍ଷ ହଂସ, ଆଇନଜୀବୀ ସୁଧାଂଶୁ ଦାସ,ସୁଲେକେଲା ସରପଞ୍ଚ ଶ୍ୟାମସୁନ୍ଦର ଚିରାଗୁନ ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଶୋକବ୍ୟକ୍ତ କରିଛନ୍ତି। ତାଙ୍କ ପରିବାର ରେ ବର୍ତ୍ତମାନ ସ୍ତ୍ରୀ ସପୁର ହଂସ, ପୁଅ ଦେବେନ୍ଦ୍ର ହଂସ, ହୁଲେଶ୍ୱର ହଂସ, ବାଲେଶ୍ୱର ହଂସ, ଲୋକନାଥ, ବୋହୂ ଲଳିତା ହଂସ, ସୁରେଖା ହଂସ, ସୁମିତ୍ରା ହଂସ, ସୁନିତା ହଂସ, ନାତି ପ୍ରତ୍ୟୁଷ ହଂସ, ପୀୟୂଷ ହଂସ,କୁରୁପତି ହଂସ, ଥିୟାନ୍ସ ହଂସ, ନାତୁଣୀ ଦିଭ୍ୟାଂଶି ହଂସ ଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ । ତାଙ୍କ ପୁଅ ଦେବେନ୍ଦ୍ର ହଂସ ମୁଖାଗ୍ନି ଦେଇଥିଲେ । ଆଜି ସକାଳେ ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି ।