-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||      ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   (24-Oct-2026)       ||      ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ    (24-Oct-2026)       ||      ନିଖୋଜ ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରୁ ଉଦ୍ଧାର   (24-Oct-2026)       ||      ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   (24-Oct-2026)       ||      ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   (24-Oct-2026)       ||      ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   (24-Oct-2026)       ||      ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   (24-Oct-2026)       ||      ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ    (24-Oct-2026)       ||      ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା    (24-Oct-2026)       ||      ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   (24-Oct-2026)       ||      କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||     

HOME   ଜିଲ୍ଲା

ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  ! 

24-Oct-2026



ରିପୋର୍ଟ : ମଳୟ ମିଶ୍ର 

ବଲାଙ୍ଗୀର :  ଏବେ ଚାଲିଛି ଦାଦନଚାଲାଣ ପ୍ରବଣ ବଲାଙ୍ଗୀର ଜିଲ୍ଲାର ଗ୍ରାମାଞ୍ଚଳର ବିଭିନ୍ନ ଗ୍ରାମରେ ରାଜ୍ୟ ବାହାରକୁ ଦାଦନଚାଲାଣର ପ୍ରକ୍ରିୟା ।  ଗତ ନୂଆଖାଇ ପରଠାରୁ ଚଳିତ ଦଶହରା ମଧ୍ୟରେ ସ୍ଥାନୀୟ ଏକ ନିର୍ଦ୍ଦିଷ୍ଟବର୍ଗର ଦାଗୀ ସର୍ଦ୍ଦାରମାନଙ୍କୁ ଧରି ରାଜ୍ୟବାହାରୁ ଆନ୍ଧ୍ର, ତାମିଲନାଡୁ , କର୍ଣ୍ଣାଟକ ଓ ଅନ୍ୟାନ୍ୟ ରାଜ୍ୟରୁ ଆସୁଥିବା ଇଟାଭାଟି ମାଲିକ ସେଠ୍ ମାନେ ବଡ ବଡ ଦାମୀ ଚାରିଚକିଆ ଗାଡି ଧରି ବ୍ୟାଗ୍ ଭର୍ତ୍ତି ଟଙ୍କା ଓ ପିସ୍ତଲ୍ ଆଦି ମାରଣାସ୍ତ୍ର ଧରି ରାତିରେ ବୁଲୁଛନ୍ତି । ଦାଦନଚାଲାଣ ପାଇଁ ଗ୍ରାମାଞ୍ଚଳର ଗରିବଙ୍କୁ ପ୍ରଲୋଭିତ କରୁଛନ୍ତି ।  ଧମକଚମକ ଦେଉଛନ୍ତି ।  ସ୍ଥଳବିଶେଷରେ ବନ୍ଧୁକମୁନରେ ଆକ୍ରମଣ କରି ଲହୁଲୁହାଣ କରି , ସେମାନଙ୍କ ଘରେ ନିଆଁଲଗାଇ ଦେଇ ଭୟଭୀତ କରି ଅପହରଣ ବି କରିନେଉଥିବା ପରି ଅଭିଯୋଗ ସାମ୍ନାକୁ ଆସିଛି ।  ଅଥଚ ସଂପ୍ରତି ଜିଲ୍ଲାର କେତେକ ବିଧାୟକ , ବ୍ଲକ୍ ଅଧ୍ୟକ୍ଷ,  ଉପାଧ୍ୟକ୍ଷ, ସରପଞ୍ଚ,  ସମିତିସଭ୍ଯ ଓ ୱାର୍ଡମେମ୍ବର ଆଦି ନିର୍ବାଚିତ ଲୋକପ୍ରତିନିଧିମାନେ ସରକାରୀ ଦଳର ହୋଇଥିବାରୁ  ସରକାର , ପ୍ରଶାସନ,  ପୁଲିସ୍  ସବୁଜାଣି ନ ଜାଣିଲାପରି ହାତଚିକ୍କଣ କରି ଚୁପ୍ ପଡି ବସିଛନ୍ତି ।  ଉଲ୍ଲେଖଯୋଗ୍ଯ ଯେ ଏବେ ଦାଦନଗଡ ଭାବେ କୁଖ୍ୟାତ କଣ୍ଟାବାଞ୍ଜିର ବିଧାୟକ ଲକ୍ଷ୍ମଣ ବାଗ ଓ  ବେଲପଡା ପଞ୍ଚାୟତ ସମିତିର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ  ଏବଂ କେତେକ ସରପଞ୍ଚ,  ସମିତିସଭ୍ୟମାନେ ଦାଦନସର୍ଦ୍ଦାର ପରିବାରରୁ ଆସିଛନ୍ତି ।  କେତେକ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ, ଅଧ୍ୟକ୍ଷାଙ୍କ ସ୍ବାମୀ , ପୂର୍ବତନ ମହିଳା ସରପଞ୍ଚଙ୍କ ସ୍ବାମୀ ଓ ପୁଅ ,  ପୂର୍ବତନ ବିଧାୟକ ପ୍ରମୁଖ ମଧ୍ୟ ଏ ମଣିଷବେପାରରେ ସାମିଲ୍ ରହିଛନ୍ତି ।  ଜିଲ୍ଲାର ଅନ୍ୟ ତୁଙ୍ଗ ରାଜନେତା , ରାଜନେତ୍ରୀ , ପୂର୍ବତନ ମନ୍ତ୍ରୀମାନଙ୍କର ଦାଦନଚାଲାଣରେ ଜଡିତ ରହିଥିବା ଲୋକେ ଜାଣନ୍ତି । ଏହାଛଡା ଡିଏସ୍ ପି ବା ଏସ୍ ଡିପିଓ,  ଥାନାଧିକାରୀ , ଫାଣ୍ଡି ଅଧିକାରୀଙ୍କ ଠାରୁ ଥାନା ଓ ଫାଣ୍ଡିର ଅନ୍ୟ ପୁଲିସ

ଅଧିକାରୀ ଏବଂ କନେଷ୍ଟବଳଙ୍କ ଠାରୁ ଗୃହରକ୍ଷୀଙ୍କ ପର୍ଯ୍ୟନ୍ତ ପ୍ରାୟ ତଳୁଉପର ସ୍ତରର ପୁଲିସ କର୍ମଚାରୀମାନେ ଦାଦନଚାଲାଣରେ ବଟି ଆଦାୟରେ ସକ୍ରିୟ । ବିଗତ ବର୍ଷ କଣ୍ଟାବାଞ୍ଜିର ଜଣେ ଏସଡିପିଓ ୭ ଜଣ ଆନ୍ଧ୍ରାସେଠ୍ ଙ୍କୁ କଣ୍ଟାବାଞ୍ଜିର ଏକ ଲଜ୍ ରୁ ଧରି ସେମାନଙ୍କ ଠାରୁ ପ୍ରାୟ ୧ କୋଟି ଟଙ୍କା ହଡପ କରି ସେମାନଙ୍କ ବିରୁଦ୍ଧରେ ଜୁଆ ଖେଳୁଥିବା ପରି ମିଥ୍ୟାମାମଲା ଋଜୁ କରଥିବା ଅଭିଯୋଗରେ ନିଲମ୍ବିତ ହୋଇଥିଲେ । ସେହିପରି ତୁରେକେଲା ଥାନାର ଜଣେ ପୁଲିସ ଅଧିକାରୀ ଜଣେ ସର୍ଦ୍ଦାରଠାରୁ ଲାଞ୍ଚ ନେଇ ବିଭାଗୀୟ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିଲେ । ତେଣୁ ଏ ଦାଦନଚାଲାଣ ମଣିଷବେପାର ଜିଲ୍ଲାର ପାଟଣାଗଡ,  ଖପ୍ରାଖୋଲ, ଲାଠୋର , ତୁରେକେଲା , ମୁରିବାହାଲ,  ବେଲପଡା , ବଙ୍ଗୋମୁଣ୍ଡା , କଣ୍ଟାବାଞ୍ଜି ଓ ଅନ୍ୟାନ୍ୟ ଅଞ୍ଚଳର ଏଇ ଦାଦନଚାଲାଣ ଋତୁର ମୁଖ୍ୟ ଧନ୍ଦା ।  ବେଲପଡା ଥାନା ନିକଟସ୍ଥ ହରିଜନପଡା , ବ୍ଲକ୍ ରାସ୍ତା , ଲାଠୋର ଥାନା ପାଖର ଦାରା ଘିଭେଲା , ଥାନା ପଛପଟର ଟଙ୍କ ରଣା , ରଘୁ ରଣା , ଏବେ ସରସ୍ଵତୀ ଶିଶୁମନ୍ଦିର ଗଳିରେ ନୂଆଘର ତିଆରି କରି ରହୁଥିବା ପିପଲବାହାଲର ରାମ ବିଭାର ଓ ଅନ୍ୟ ସର୍ଦ୍ଦାରମାନେ ନାଁ'କୁ ମାତ୍ର ଅଳ୍ପସଂଖ୍ୟକ ଶ୍ରମିକଙ୍କ ପାଇଁ ଲାଇସେନ୍ସ ଓ ବୀମା କରି ସେହି ଆଳରେ ହଜାର ହଜାର ଶ୍ରମିକ ପରିବାରକୁ ସ୍ଥାନୀୟ ଲାଠୋର , ତୁରେକେଲା ଆଦି ରେଳଷ୍ଟେସନରୁ ବେଆଇନ ଚାଲାଣ କରୁଥିବା ଥାନାପୁଲିସର ସମ୍ପୂର୍ଣ୍ଣ ଜ୍ଞାତସାରରେ ଥିଲେ ହେଁ , ପୁଲିସ ସେମାନଙ୍କ ଠାରୁ ମୋଟାଅଙ୍କର ବଟି ନେଇ ନୀରବଦ୍ରଷ୍ଟା ପାଲଟିଛି ଓ କଦବା ଗୋଟେ ଅଧେ ଦାଦନଚାଲାଣ ଧରପଗଡ କରି ଦାୟିତ୍ବ ସମ୍ପାଦନ କରୁଥିବାର ଦର୍ଶାଉଛି ।

ମୁଖ୍ୟତଃ କିଛିବର୍ଷ ତଳର ଗରିବ , ଦିନମଜୁରିଆ ଶ୍ରେଣୀୟ ଅନେକ ହରିଜନ ଓ ଅନ୍ୟାନ୍ୟ ପଛୁଆବର୍ଗର ସର୍ଦ୍ଦାରମାନଙ୍କର ବିରାଟ ବିରାଟ ବହୁତଳବିଶିଷ୍ଟ ଭବ୍ୟ କୋଠାଘର , ଦାମିକା ଗାଡିମଟର , ଜମିବାଡି , ବ୍ୟାଙ୍କ ଜମା ଇତ୍ୟାଦି କୋଟି କୋଟି ଟଙ୍କାର ଆୟର ବେଆଇନ ପନ୍ଥା ଏଇ ବେଆଇନ ଦାଦନଚାଲାଣ  । ଶ୍ରମବିଭାଗରେ ସେମାନଙ୍କୁ ଲେବର ଲାଇସେନ୍ସ , ବୀମା , ମୁଭ୍ ମେଣ୍ଟ ଅର୍ଡର , ମାମଲାରୁ ମୁକୁଳାଇବା ଇତ୍ୟାଦି ନିମନ୍ତେ ପ୍ରଚୁର ଅର୍ଥ ନିଆଯାଉଛି । କିଛିବର୍ଷ ତଳେ ବଲାଙ୍ଗୀରର ଜଣେ ସହକାରୀ ଶ୍ରମ କମିଶନର ଓ ଜଣେ କିରାଣୀ ଅଫିସ ଭିତରେ ଦାଦନସର୍ଦ୍ଦାରଙ୍କ ଠାରୁ ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ବଲାଙ୍ଗୀର ଜିଲ୍ଲାର ଶ୍ରମବିଭାଗ ଅଫିସ୍ ରେ କେତେକ ମହିଳା ଓ ପୁରୁଷ କର୍ମଚାରୀମାନେ ବର୍ଷ ବର୍ଷ ଧରି ଏଠାରେ ଅବସ୍ଥାପିତ ରହି ପ୍ରଚୁର ଅନ୍ୟାୟ ଉପାର୍ଜନ କରି ଚାଲୁଥିବା ଅଭିଯୋଗ ହେଉଥିଲେ ହେଁ , ଉପରିସ୍ଥ ବିଭାଗୀୟ ଅଧିକାରୀଙ୍କ ସୁଦୟା ଯୋଗୁଁ ସେମାନଙ୍କର ଅନ୍ୟତ୍ର ବଦଳି ହେଉ ନଥିବା କୁହାଯାଉଛି ।  ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଜିଲ୍ଲାର କେତେଜଣ ଦାଦନଶ୍ରମିକ ବର୍ଷକରେ ଚାଲାଣ ହେଉଛନ୍ତି ଓ  ଜିଲ୍ଲାରେ କେତେଜଣ ଲାଇସେନ୍ସପ୍ରାପ୍ତ ଶ୍ରମିକ ଠିକାଦାର ଅଛନ୍ତି ଏବଂ ସେମାନଙ୍କର ନାମ ,ଠିକଣା ଓ ଯୋଗାଯୋଗ ପାଇଁ ଫୋନ୍ ନମ୍ବର  ଇତ୍ୟାଦି ମାଗିଲେ , ଏହା ଦେବା ସରକାରୀ ନିୟମ ବହିର୍ଭୂତ ବୋଲି ଆଳ ଦେଖାଇ ଏପରିକି ସୂଚନା ଅଧିକାର ଆଇନ ବଳରେ ମଧ୍ୟ ତଥ୍ୟ ଚପାଇ ଆସୁଥିବା ଅଭିଯୋଗ ହେଉଛି ।

ଏଣୁ  ସରକାରଙ୍କ ପକ୍ଷରୁ ଜିଲ୍ଲାର ସମସ୍ତ ଦାଦନଦଲାଲ ବା ସର୍ଦ୍ଦାରଙ୍କର ଗତ କିଛିବର୍ଷର ସମ୍ପତ୍ତିର ଏକ ପୁଙ୍ଖାନୁପୁଙ୍ଖ ଭିଜିଲାନ୍ସ,  ଇଡି , ଆୟକର ଯାଞ୍ଚ ସହ ସେମାନଙ୍କ ଏହି କାରବାରର ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ କରାଯିବାକୁ ଜିଲ୍ଲାର ସଚେତନ ନାଗରିକଙ୍କ ପକ୍ଷରୁ ଦାବି କରାଯାଉଛି । 

ଜିଲ୍ଲାରେ ଏହି ବେଆଇନ ଦାଦନଚାଲାଣ ଯୋଗୁଁ ଦାଦନଶ୍ରମିକଙ୍କୁ ରାଜ୍ୟବାହାରେ ନିର୍ଯାତନା ଓ ଶୋଷଣ , ହତ୍ୟା , ମହିଳାଶ୍ରମିକଙ୍କୁ ଧର୍ଷଣ, ଜିଲ୍ଲା ଭିତରେ ହତ୍ୟା , ଠକେଇ , ଅପହରଣ ଓ ଜୀବନରେ ମାରିଦେବାକୁ ଧମକ ଇତ୍ୟାଦି ମାମଲା ଓ ଅଭିଯୋଗ ହୋଇଆସୁଛି । ଏବେ  ପାଟଣାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀଅନ୍ତର୍ଗତ ଖପ୍ରାଖୋଲ ଓ ପାଟଣାଗଡ ଥାନାନ୍ତର୍ଗତ କିନ୍ଦ୍ରିଟାଲ୍ ଗ୍ରାମର ଗମ୍ଭାରୀ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ସ୍ବାମୀ ବୈକୁଣ୍ଠ ବାଗ ଓ ତାଙ୍କ ପୁଅ ତଥା ତାଙ୍କ ଲୋକଙ୍କ ନାଁ'ରେ ବାଞ୍ଜିଝାଲ ଗ୍ରାମର ଜଣେ ଯୁବକଙ୍କୁ ଅପହରଣ ଓ ଆକ୍ରମଣ ଅଭିଯୋଗରେ ଦୁଇଟି ଥାନାରେ ଦୁଇଟି ମାମଲା ଋଜୁ ହୋଇଥିବା ପ୍ରକାଶ  । ତେବେ ଏହାପଛରେ ୭୦ ହଜାର ଟଙ୍କାର ଅଗ୍ରୀମ ନ ସୁଝିବାରୁ ବଳପ୍ରୟୋଗ ବୋଲି କୁହାଯାଉଥିଲେ ହେଁ , ବେଲପଡାର ଜଣେ କୋଟିପତି ସର୍ଦ୍ଦାରଙ୍କ ଠାରୁ ବିଶ୍ବସ୍ତ ସୂତ୍ରରୁ ଭିନ୍ନ କଥା ଶୁଣାଯାଇଛି । ତାହା ଏହା ଯେ କେତେକ ସ୍ଥାନୀୟ ତଥାକଥିତ କୁଜି ସାମ୍ବାଦିକ ଓ  ଟାଉଟରଙ୍କ ମଧ୍ୟସ୍ଥିରେ ଉକ୍ତ ସର୍ଦ୍ଦାରଙ୍କ ଠାରୁ ୭ / ୮ ଲକ୍ଷ ଟଙ୍କାର ହଡପ ଓ ଉଭୟ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ହିଁ ଏହାର ପ୍ରକୃତ କାରଣ ବୋଲି ପ୍ରକାଶ  । ତେବେ ଚଳିତବର୍ଷର ମୁଖ୍ୟ ଅଭିଯୋଗ ହେଉଛି , ରାଜ୍ୟବାହାରର ନମ୍ବର ଥିବା ଦାମି ଚାରିଚକିଆ ଗାଡିରେ ରାଜ୍ୟବାହାରର ସେଠ୍ ମାନଙ୍କର ସଶସ୍ତ୍ର ଅବାଧ ବିଚରଣ , ଯାହା ପୁଲିସ ତଦନ୍ତର ଅପେକ୍ଷା ରଖେ । ଏହା ଉପରେ ଖୋଦ୍ ଏସ୍ ପି ଅଭିଳାଷ ଜି ଙ୍କର ଜନସାଧାରଣଙ୍କ ପକ୍ଷରୁ ଦୃଷ୍ଟିଆକର୍ଷଣ କରାଯାଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   24-Oct-2026
  ଜିଲ୍ଲା  
ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !    24-Oct-2026
  ଜିଲ୍ଲା  
ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   24-Oct-2026
  ରାଜ୍ୟ  
ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   24-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର   24-Oct-2026
  ଜିଲ୍ଲା  
ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   24-Oct-2026
  ଜିଲ୍ଲା  
ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   24-Oct-2026
  ଜିଲ୍ଲା  
ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ   24-Oct-2026
  ଜିଲ୍ଲା  
ନିଖୋଜ ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରୁ ଉଦ୍ଧାର   24-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   24-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   24-Oct-2026
  ଜିଲ୍ଲା  
ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   24-Oct-2026

You Might Also Like