-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
13-Oct-2020
ଭୁବନେଶ୍ୱର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଯୁକ୍ତ୩ (ଡିଗ୍ରି) କଲେଜର ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି। ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହୋଇ ନାମ ଲେଖାଇପାରି ନାହାନ୍ତି, ସେମାନେ ୧୬ ତାରିଖ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଅନ୍ଲାଇନ୍ରେ ନାମଲେଖା ଫି’ ଦାଖଲ କରିବା ସହ ୧୭ ତାରିଖ ଅପରାହ୍ଣ ୨ଟା ସୁଦ୍ଧା ନାମଲେଖାରେ ଭାଗ ନେଇପାରିବେ। ୧୭ ତାରିଖ ସନ୍ଧ୍ୟା ୬ଟାରେ ପ୍ରଥମ ପର୍ଯ୍ୟାୟ ନାମଲେଖା ସମ୍ପର୍କିତ ତଥ୍ୟ ଇ-ସ୍ପେସ୍ରେ ଅପଲୋଡ୍ କରାଯିବ।*ଅକ୍ଟୋବର ୨୨ ତାରିଖ ଅପରାହ୍ଣ ୨ଟାରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ(ମେଧା ତାଲିକା) ପ୍ରକାଶ କରାଯିବ। ଏହି ଦିନଠାରୁ ୨୯ ତାରିଖ ଅପରାହ୍ଣ ୫ଟା ମଧ୍ୟରେ ଛାତ୍ରଛାତ୍ରୀ ଫି’ ଦାଖଲ କରିପାରିବେ। ଅକ୍ଟୋବର ୨୭ରୁ ନଭେମ୍ବର ୩ ପର୍ଯ୍ୟନ୍ତ ନାମଲେଖା ହେବ ଏବଂ ସିଟ୍ ସମ୍ପର୍କିତ ତଥ୍ୟ ଇ-ସ୍ପେସ୍ରେ ଉପଲବ୍ଧ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।*