-+91-9937148622 |
prerana_bgr@rediffmail.com |
Sunday 6th September 2026 |
R.N.I. Regd No. ODIODI/2010/46693
Breaking News
23-Jul-2026
ତୁଷୁରା (ପଞ୍ଚାନନ ନାଏକ) ବଲାଙ୍ଗୀର ମାରୱାଡି ଯୁବାମଞ୍ଚ ମଣ୍ଡଳ ସଭାପତି ବିକାଶ କେଡିଆଙ୍କ ପିତା ତଥା ତୁଷୁରା ଜଣେ ଜଣାଶୁଣା ସମାଜସେବୀ ସାଗର ମଲ କେଡିଆଙ୍କ ୭୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଗୋ ସେବାରେ ନିଜକୁ ସମର୍ପିତ କରିଦେଇଥିଲେ । ମଙ୍ଗଳବାର ରାତି ତାଙ୍କର ପ୍ରାଣବାୟୁ ଚାଳିଯାଇଥିଲା । ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲ। ବୁଧବାର ତୁଷୁରା ସହର ସ୍ଥିତ ସୋନଗଡ ନଦୀ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ପୁଅ ନିରଞ୍ଜନ କେଡିଆ ମୁଖାଗ୍ନୀ ଦେଇଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁଅ ନିରଞ୍ଜନ କେଡିଆ,ବିନୋଦ କେଡିଆ, ବିକାଶ କେଡିଆ, ଆଶିଷ କେଡିଆ ସହ ପରିବାର ଲୋକେ ଉପସ୍ଥିତ ଥିଲେ। ଶବଧାର ରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିବା ବେଳେ ତୁଷୁରା ଏନଏସି ଅଧ୍ୟକ୍ଷ ଅଜୟ କୁମାର ଜୟଶ୍ବାଳ, ପୂର୍ବତନ ମାର୍କେଟ ଆସୋସିଏସନ ସଭାପତି ଦୀନଦୟାଲ କେଡିଆ, ମାରୱାଡି ଯୁବାମଞ୍ଚ ପୂର୍ବତନ ସଭାପତି ମନୋଜ ଜୈନ ଆଦି ଶୋକ ପ୍ରକାଶ କରିଥିଲେ।