-+91-9937148622 |

prerana_bgr@rediffmail.com |

  Wednesday 21st October 2026 |

| | | |

R.N.I. Regd No. ODIODI/2010/46693

Breaking News

ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||     

HOME   ଜିଲ୍ଲା

ଜିଲ୍ଲା ସ୍ତରୀୟ ୮୦ ତମ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

22-Jul-2026



ଜିଲ୍ଲା ସ୍ତରୀୟ ୮୦ ତମ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

ସମ୍ବଲପୁର:(ସଂଜୀବ ପାଣିଗ୍ରାହୀ 

 

 ଜିଲ୍ଲା ସ୍ତରୀୟ ୮୦ ତମ ସ୍ଵାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀ ଅଶୋକ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ- ଜିଲ୍ଲା ପରିଷଦ ପ୍ରସନ୍ନ କୁମାର ପାତ୍ର, ଉପଖଣ୍ଡ ପୁଲିସ ଅଧିକାରୀ ଶ୍ରୀ ଅଜୟ କୁମାର ମିଶ୍ର ଙ୍କ ସମେତ ପ୍ରମୁଖ ବିଭାଗୀୟ ଅଧିକାରୀ, ସମସ୍ତ ସ୍କୁଲ ଓ କଲେଜ ର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ସମାଜସେବୀ, ଶିକ୍ଷାବିତ, ଗଣମାଧ୍ୟମ ପ୍ରତିନିଧି, ସ୍ଵେଛାସେବୀ ଅନୁଷ୍ଠାନ ର କର୍ମଚାରୀ ଉପସ୍ଥିତ ରହି ଦିବସଟି କିପରି ମହା ସମାରୋହରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯିବ ସେହି ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।

 

ଚଳିତ ବର୍ଷ ସ୍ଵାଧୀନତା ଦିବସ ପାଳନ ଦିନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ସକାଳ ୫.୦୦ ମି.ସମୟରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ରାମଧୂନ ପରିବେଷଣ କରାଯିବ।ପରେ ସହରରେ ବିଭିନ୍ନ ସ୍ଥାନରେ ଥିବା ବୀରପୁତ୍ର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ପୂର୍ବାହ୍ନ ୯ ଘଟିକା ୧୫ ମିନଟ ସମୟରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରି ସମବେତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ସହିତ ଅଭିଭାଷଣ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଗୁଡିକରେ ଉକ୍ତ ଦିନ ପୂର୍ବାହ୍ନ ଘ.୭.୦୦ ଘଟିକା ରୁ ଘ.୭.୩୦ ମିନିଟ୍ ସମୟ ମଧ୍ୟ ରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ ପୂର୍ବକ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ଜାତୀୟ ଦିବସଟି ସହରର ସମସ୍ତ ମାନ୍ୟଗଣ୍ୟ ଅତିଥିଙ୍କୁ ଆମନ୍ତ୍ରିତ କରାଯିବ। ଏହି ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ, ଏଥିରେ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉକ୍ତ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିପାରିବେ। ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ୟାରେଡ଼ରେ ଅଂଶ ଗ୍ରହଣ କରିବେ। ଏଥି ସକାଶେ ଅଗଷ୍ଟ ମାସ ୧୧, ୧୨ ଏବଂ ୧୩ ତାରିଖ ପର୍ଯ୍ୟନ୍ତ ରିଜର୍ଭ ପୁଲିସ ଗ୍ରାଉନ୍ଡ ଠାରେ ରିଜର୍ଭ ଇନ୍ସପେକ୍ଟର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ୟାରେଡ଼ ଅଭ୍ୟାସ ଅନୁଷ୍ଠିତ ହେବ। ପ୍ୟାରେଡ୍ ପ୍ରତିଯୋଗିତାର ଶ୍ରେଷ୍ଠ ବିବେଚିତ ଦଳଙ୍କୁ ସିଲ୍ ଏବଂ ଅନ୍ୟାନ୍ୟ କୃତୀତ୍ବ ହାସଲକାରୀ ଦଳଙ୍କୁ ମେମୋରିଆଲ୍ ପୁରସ୍କାର ପ୍ରଦାନ କରାଯିବ।ଅନୁଷ୍ଠିତ ସମସ୍ତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଉତ୍ସବର ଆୟୋଜିତ କାର୍ଯ୍ୟକ୍ରମ ଠାରେ ପୁରସ୍କୃତ କରାଯିବ। ଏଥିସହ ପ୍ୟାରେଡ ପଡିଆ ସାଜସଜ୍ଜା, ବ୍ୟାରିକେଡ଼ ନିର୍ମାଣ, ଶାନ୍ତିଶ୍ରୁଙ୍ଖଳା ରକ୍ଷା, ପାନୀୟଜଳ ଯୋଗାଣ, ପରିଷ୍କାର ପରିଚ୍ଛନ୍ନତା, ଅସ୍ଥାୟୀଶିବିର ବ୍ୟବସ୍ଥା ନିମନ୍ତେ ସମ୍ପୃକ୍ତ ଅଧିକାରୀ ଙ୍କୁ ଦାୟିତ୍ଵ ଦିଆଯାଇଥିଲା ।କାର୍ଯ୍ୟକ୍ରମ ପରେ ମୁଖ୍ୟ ଅତିଥି ସମ୍ବଲପୁର ମଣ୍ଡଳ କାରାଗାର, ନାରୀବନ୍ଦି ନିକେତନ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଦୁର୍ଗାପାଲି ସ୍ଥିତ ଦୟାମଣି ଜରା ନିବାସର ଅନ୍ତେବାସୀଙ୍କୁ ମିଷ୍ଠାନ୍ନ ଓ ଶୁଖିଲା ଖାଦ୍ଯ ବଣ୍ଟନ, ଓଡିଶା ସାଂସ୍କୃତିକ ସମାଜ ସଭା ଗୃହରେ ଉତ୍ସର୍ଗ ଆନୁକୁଲ୍ୟ ରେ ଅନୁଷ୍ଠିତ ରକ୍ତଦାନ ଶିବିର ରେ ଯୋଗଦେବେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଞ୍ଜୁକ୍ତା କୁଲୁ ସଭା ପରିଚାଳନା କରିବା ସହିତ ପ୍ରାରମ୍ଭ ରେ ସ୍ଵାଗତ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026

You Might Also Like