-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
20-Jun-2026
ଲୋଇସିଂହା, (ବିନୋଦ ଦୀପ) ଆଜି ଲୋଇସିଂହା ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡ଼ିଓ ଙ୍କ ଅଧ୍ୟକ୍ଷତା ରେ ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ବିକଶିତ ଭାରତ ଜି. ରାମଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଜଙ୍ଗଲ ବିଭାଗ, ଶ୍ରମ ବିଭାଗ ମୃତିକା ସଂରକ୍ଷଣ ବିଭାଗ ସମ୍ବନ୍ଧୀୟ ବିଷୟରେ ଆଲୋଚନା ହେବାସହ ଗତ ଦୁଇ ବର୍ଷ ରେ ସଫଳତା ଏବଂ ଆଗାମୀ ତିନ ବର୍ଷ ର କାର୍ଯ୍ୟପନ୍ଥା ଉପରେ ଆଲୋଚନା ହୋଇଥିଲା l ମଂଚାସୀନ ଅତିଥି ଭାବେ ଏବିଡିଓ ଶ୍ରୀ କିଶୋରଚନ୍ଦ୍ର ମାନସିଂହ, ଜିପିଡିଓ ସଞ୍ଜୟ କୁମାର ମାଝୀ, ଏ.ଇ. ଇ ଶ୍ରୀ ସିଦ୍ଧାର୍ଥ ପାଢ଼ୀ, ଫରେଷ୍ଟରେ ଚୌଧୁରୀ ଦଳପତି, ଏପିଓ ପୁଷ୍ପାଞ୍ଜଳି ସ୍ୱାଇଁ, ଲେବର ଅଧିକାରୀ କାହ୍ନl ବାରିକ, ଅତିରିକ୍ତ ଉଦ୍ୟାନ ଅଧିକାରୀ ସମ୍ବିଧାନ ଭୁଏ, ବିଧାୟକ ଙ୍କ ଲୋଇସିଂହା ପ୍ରତିନିଧି ଗୌରାଙ୍ଗ ନାଏକ, ସରପଞ୍ଚ ନବକିଶୋର ନାଏକ l ସମସ୍ତ କାର୍ଯ୍ୟ ବିକଶିତ ଭାରତ ଜାତିୟ ଗ୍ରାମୀଣ ଭିତ୍ତିଭୂମି ଟ୍ରାକିଙ୍ଗ ସିଷ୍ଟମ ମାଧ୍ୟମରେ ଡିଜିଟାଲ ମ୍ୟାପିଙ୍ଗ କରାଯିବ ବୋଲି ଅତିଥିବୃନ୍ଦ ବକ୍ତବ୍ୟ ରଖିବା ସହ ଯେଉଁମାନେ ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନା ରେ ଶହେ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ଏକ ଟିସାର୍ଟ ସମେତ ବୃକ୍ଷଚାରା 60 ରୁ ଉର୍ଦ୍ଧ ଲୋକଙ୍କୁ ଅତୀଥି ଙ୍କ ଦ୍ୱାରା ପ୍ରଦାନ କରାଗଲା l ଏହି କାର୍ଯ୍ୟକ୍ରମ ରେ ଦେବବ୍ରତ ଶର୍ମା ପରିଚାଳନା କରିଥିବା ବେଳେ ଲୋଇସିଂହା ବ୍ଲକ ଷ୍ଟାଫ ସହଯୋଗ କରିଥିଲେ l