-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
08-Feb-2021
ବଲାଙ୍ଗୀର,(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲାର ପରାସରା ଗ୍ରାମର ସଞ୍ଜୟ ବଗର୍ତ୍ତି(୪୫) ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ଚିକିତ୍ସା ଅଭାବରୁ ଶୋଚନୀୟ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ, ସେ ପାରାଲିସିସ୍ ରେ ଅକ୍ରାନ୍ତ ହୋଇଥିବା ବେଳେ ତାଙ୍କୁ ବୁର୍ଲା କିମ୍ବା କଟକ ନେଇଯିବାକୁ ବଲାଙ୍ଗୀର ମେଡିକାଲ କଲେଜ ଡାକ୍ତରଖାନା ରେ ଡାକ୍ତର ପରାମର୍ଶ ଦେଇଥିଲେ, ତାଙ୍କୁ ବୁର୍ଲା ନେଇ ଯିବାରୁ ସେଠି କଟକ ନେଇ ଯିବା କଥା ବଲାଙ୍ଗୀର ରୁ ଖାଲି ଆମ ନିକଟକୁ ପଠେଇ ଦେଉଛନ୍ତି କହି ଭର୍ତ୍ତି କରିବାକୁ ମନା କରିଦେଇଥିଲେ । ତାଙ୍କ ସ୍ତ୍ରୀ ବାଧ୍ୟ ହୋଇ ବୁର୍ଲାରୁ ନିଜ ଗ୍ରାମ ପରାସରା ନେଇ ଆସି ବଲାଙ୍ଗୀର ଜିଲ୍ଲାପାଳଙ୍କ ନିକଟରେ କଟକ ନେଇ ଯିବା ପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ଆବେଦନ କରିଥିବା ବେଳେ କିଛି ସୂଫଳ ପାଇ ନ ଥିଲେ । ଏପରିକି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଆମ୍ବୁଲାନ୍ସ ସହାୟତା ପାଇଁ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ନିକଟରେ ଗୁହାରି କରିଥିଲେ । କିନ୍ତୁ ଏହା ଦୀର୍ଘଦିନ ର ଆମେ ଏଠି ଭର୍ତ୍ତି କରିବୁନି ତମେ କଟକ ଯାଅ କହିଥିଲେ । ଏପରି କି ଗୁରୁତର ଅବସ୍ଥାରେ ସେ ଥିବା କହିଥିଲେ । ପ୍ରାୟ ଦୁଇ ମାସ ଘରେ ରଖି ଥିବା ଓ ବିଭିନ୍ନ ପଦାଧିକାରୀଙ୍କ ନିକଟରେ ଆବେଦନ ନିବେଦନ କରି ନିରାଶ ହୋଇଥିଲେ । ଆଜି ସେ ଗୁରୁତର ହେବାରୁ ତାଙ୍କୁ ଦିନ ୨ ଟା ସମୟରେ ଟିଟିଲାଗଡ ଡାକ୍ତରଖାନା କୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇଥିଲା । ତେବେ ବାଟରେ ତାଙ୍କ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରୁ ପୋଲିସକୁ ସୂଚନା ଦେବା ପରେ ପୋଲିସ ଏକ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ପରିବାର ତରଫରୁ ଅର୍ଥ ଅଭାଵ ଯୋଗୁଁ ଆମେ କଟକ ନେଇ ନ ପାରିବାରୁ ମୃତ୍ୟୁ ଘଟିଛି ବୋଲି ଉଦବେଗ ପ୍ରକାଶ ପାଇଛି ।