-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
08-Feb-2021
ବଲାଙ୍ଗିର,(ପ୍ରେରଣା ଖବର): ଜିଲ୍ଲା ବରିଷ୍ଠ ନାଗରିକ ସଂଘର କାର୍ଯ୍ୟକାରିଣି ବୈଠକ ଟିକ୍ରାପଡା ଗାନ୍ଧୀ ପାଠାଗାର ପରିଷଦରେ ସଂଘର ସଭାପତି ଘାସିରାମ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଂପାଦକ ବୈଠକ ଆରମ୍ଭରୁ ସମାଜସେବି ସ୍ୱର୍ଗତ ଲଳିତ ନାଏକଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଅନୁରୋଧ କରିଥିଲେ । ଶୋକ ସଭା ପରେ ସଂପାଦକ ବସନ୍ତ ଆଚାର୍ଯ୍ୟ ଆଲୋଚନାର ବିଷୟବସ୍ତୁ ଉପରେ ସୂଚନା ନେବା ପରେ ସଂଘର ଉପଦେଷ୍ଟା ସୁବାଷ ଚନ୍ଦ୍ର ପଣ୍ଡା ସଂଘର ଶକ୍ତି ବୃଦ୍ଧି ପାଇଁ ସଭ୍ୟ ସଂଖ୍ୟା ବୃଦ୍ଧି ସାଙ୍ଗକୁ ଜିଲ୍ଲାର ଅନ୍ୟ ଅଂଚଳରେ ମଧ୍ୟ ଶାଖାମାନ ଖୋଲାଯିବାକୁ ଗୁରୁତ୍ୱ ଆରୋପ କରିଥିଲେ । ଏହାକୁ ସମସ୍ତେ ସମର୍ଥନ କରି ବର୍ତ୍ତମାନ ସଭ୍ୟ ଥିବା ବଂଧୁମାନେ ପ୍ରତ୍ୟେକ ଅନ୍ତତଃ ୫ ଜଣ ବରିଷ୍ଠ ନାଗରିକମାନଙ୍କୁ ସଭ୍ୟ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହାକୁ ସଂଯୋଜନା କରିବା ପାଇଁ ବରିଷ୍ଠ ସଭ୍ୟ ମନୋରଂଜନ ସାହୁଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା ସର୍ବ ସମ୍ମତିକ୍ରମେ । ଏଣୁ ଏଣିକି ଆଉ ଏ ସଂଘ ରେ ସମାନ୍ତରଳ କୌଣସି ସଂଘର ସଭ୍ୟମାନଙ୍କୁ ଗ୍ରହଣ ନ କରାଯିବା ପାଇଁ ଏକ ପ୍ରସ୍ତାବ ଗ୍ରହଣ କରାଗଲା । ସଂଘ ତରଫରୁ ବ୍ୟାପକ ବୃକ୍ଷରୋପଣ ପାଇଁ ସ୍ଥିର କରାଗଲା । କସାଂରିପଡା ଛକରୁ ରେଳ ଷ୍ଟେସନ ରାସ୍ତାର ଦୁଇ ପାଶ୍ୱର୍ରେ କରିବାକୁ ଯୁଧିଷ୍ଟିର ମିଶ୍ର ପ୍ରସ୍ତାବ ଆଗତ କରିଥିଲେ । ସହା ସର୍ବ ସମ୍ମତି କ୍ରମେ ଗୃହିତ ହୋଇଥିଲା । ସଂଘର ଅନ୍ୟତମ ସଭ୍ୟ ପ୍ରତାପ ରଥ ସଂଘର ସଭ୍ୟମାନଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ଏକ ବଣ ଭୋଜିର ଆୟୋଜନ କରାଯିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଭ୍ୟ ଜଗଦାନନ୍ଦ ଛୁରିଆ, ଭଞ୍ଜ କିଶୋର ନାଗ, ପର୍ଶୁରାମ ନାୟକ, ଶିବ ଶଙ୍କର ଖୁଆସ, ଯଥା ବିଶ୍ୱାଳ, ବୃନ୍ଦାବନ ବରାଳ ଆଲେଚନାରେ ଅଂଶଗ୍ରହଣ କରିଥିଲେ । ସଭା ସମାପ୍ତ ହେବା ପୂର୍ବରୁ ସଂଘର ବରିଷ୍ଠ ଉପଦେଷ୍ଟା ବିକ୍ରମାନନ୍ଦ ବହିଦାର ତାଙ୍କ ବକ୍ତବ୍ୟରେ ସଂଘକୁ ସଦୃଢ କରିବା ପାଇଁ ନିଆଯାଇଥିବା ପ୍ରସ୍ତାବ ଗୁଡିକୁ କାର୍ଯ୍ୟକାରି କରିବା ପାଇଁ ସମସ୍ତ ସଭ୍ୟ ଆନ୍ତରିକତାର ସହ ଆଗେଇ ଆସିବାକୁ ଅନୁରୋଧ କରିଥିଲେ ଓ ଆଗାମି ଦିନରେ ଏ ସଂଘକୁ ରାଜ୍ୟର ଏକ ପ୍ରମୁଖ ବରିଷ୍ଠ ନାଗରିକ ମାନଙ୍କ ସଂଘ କରିବାକୁ ଉଦ୍ୟମ ହେବା ଯଥାର୍ଥ ବୋଲି ମତ ଦେଇଥିଲେ । ଶେଷରେ ସଭ୍ୟ ରବିନ୍ଦ୍ର କୁମାର ପାଣିଗ୍ରାହି ଧନ୍ୟବାଦ ଅର୍ପଣ କରିଥିଲେ ।